ଖୋଲିଲା ଗୁମର,ହେଲେ ସବୁ ଗିରଫ:-

ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ରଙ୍କ ପ୍ରତିହାରୀ ହତ୍ୟା ମାମଲାର ହେଲା ପର୍ଦ୍ଦାଫାସ। 2 ଷଡ଼ଯନ୍ତ୍ରକାରୀଙ୍କ ସମେତ 6 ଜଣଙ୍କୁ ଗିରଫ କରାଯାଇଛି। ପ୍ରେସମିଟ୍ କରି ହତ୍ୟାର ପର୍ଦ୍ଦାଫାସ କରିଥିଲେ ପୁରୀ ଏସପି। ବନ୍ଧୁକ ଯୋଗାଇଥିବା ମୁନା ପାତ୍ରଙ୍କୁ ଗିରଫ କରାଯାଇଛି। ମାଷ୍ଟର ମାଇଣ୍ଡ କାଲୁକୁ ମଧ୍ୟ ଗିରଫ କରିଛି ପୁରୀ ପୋଲିସ। ଅନ୍ୟ 3 ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି, ଗିରଫ ପାଇଁ ଚଢ଼ାଉ ଜାରି ରହିଛି । କୃଷ୍ଣଚନ୍ଦ୍ରଙ୍କ ହତ୍ୟା କରିବାକୁ ନେଇ ହୋଇଥିଲା 30 ଲକ୍ଷର ଡିଲ୍‌।


ଗତ 16 ତାରିଖ ଦିନ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ବାଇକରେ କିଛି ଦୁର୍ବୃତ୍ତ ଆସି କୃଷ୍ଣଚନ୍ଦ୍ରଙ୍କୁ ଅତି ନିକଟରୁ ଗୁଳି କରି ଦେଇଥିଲେ। ତିନି ରାଉଣ୍ଡ ଗୁଳି ତାଙ୍କ ମୁଣ୍ଡ ଓ ଛାତିରେ ବାଜିଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା।
ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କ ହତ୍ୟା ମାମଲାର ଗୁମାରକୁ ଖୋଲି ଦେଇଛି ପୁରୀ ପୋଲିସ । ପୁରୀ ବହୁ ଚର୍ଚ୍ଚିତ କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ ।ଗିରଫଙ୍କ ମଧ୍ୟରେ ଅଛନ୍ତି ଗୁନ ସିଂହାରୀର ଭାଇ ଓ ପୁତୁରା। ଗୁନ ସିଂହାରୀର ଭାଇ କାଳିଆ ସିଂହାରୀ ଓ ପୁତୁରା ଦୋଳଗୋବିନ୍ଦ ଗିରଫ ହୋଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ।

 

Leave a Comment