ପୁଣି ଲୋକଙ୍କ ଉପରେ ପଡ଼ିଲା ଚଡକ,ହୁ ହୁ ହୋଇ ବଢ଼ିଲା ପେଟ୍ରୋଲ ଡିଜେଲ ଦର:-

ଦୀର୍ଘ ଚାରି ମାସର ବ୍ୟବଧାନ ପରେ ‌‌ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିଛି। ଉଭୟ ତେଲର ଲିଟର ପିଛା ଦାମ୍ ସର୍ବଭାରତୀୟ ସ୍ତରରେ 80 ପଇସା ଲେଖାଏଁ ବଢ଼ିଛି। ଏହି ପରିପକ୍ଷରେ ଇଣ୍ଡିଆନ ଅଏଲ୍‌ ପକ୍ଷରୁ ଏହାର ଡିଲରମାନଙ୍କୁ ଅବଗତ କରାଯାଇଛି। ମଙ୍ଗଳବାର ସକାଳ 6ଟାରୁ ନୂତନ ଦର ଲାଗୁ ହେବ କରାଯିବ। ସୋମବାର ଭୁବନେଶ୍ବରରେ ପେଟ୍ରୋଲ୍‌ ଦାମ୍ 101 ଟଙ୍କା 81 ପଇସା ଓ ଡିଜେଲ ଦାମ୍ 91 ଟଙ୍କା 62 ପଇସା ଥିଲା। ମଙ୍ଗଳବାର ଠାରୁ ପେଟ୍ରୋଲ୍ ଦାମ୍ 102 ଟଙ୍କା 66 ପଇସା ଓ ଡିଜେଲ୍ 92 ଟଙ୍କା 48 ପଇସା ହୋଇଯିବ। ଭୁବନେଶ୍ବରରେ ପେଟ୍ରୋଲ୍‌ ଓ ଡିଜେଲ ପାଖାପାଖି 85 ପଇସା ବଢ଼ିବ ବୋଲି ଜଣାପଡ଼ି ଅଛି।

 

ୟୁକ୍ରେନ ଉପରେ ରୁଷ ଆକ୍ରମଣ ଯୋଗୁଁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର 140 ଡଲାର ଅତିକ୍ରମ କରିବା ସତ୍ତ୍ବେ ତେଲ କଂପାନିଗୁଡ଼ିକ ଦାମ୍ ବଢ଼ାଇନଥି‌ଲେ। ‌ଉତ୍ତରପ୍ରଦେଶ ସମେତ ଦେଶର 5 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଯୋଗୁ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇ ନଥିଲେ। ଏପରିକି ନିର୍ବାଚନ ଫଳ ଚଳିତମାସ 10 ତାରିଖରେ ପ୍ରକାଶ ପାଇବା ପରେ ବି ଦରକୁ ଆଜି ପର୍ଯ୍ୟନ୍ତ ସଂଶୋଧନ କରାଯାଇ ନଥିଲା। ଗତକାଲି ହଠାତ୍ ତେଲ କଂପାନିଗୁଡ଼ିକ ବଡ଼ ଗ୍ରାହକ ଯେଭଳିକି ସପିଙ୍ଗ ମଲ୍, ରେଳବାଇ, ପରିବହନକାରୀ ସଂସ୍ଥା ଆଦି କିଣୁଥିବା ଡିଜେଲ୍‌ର ମୂଲ୍ୟରେ ଏକସଙ୍ଗେ ଲିଟର ପିଛା 25 ଟଙ୍କା ବୃଦ୍ଧି କରିଥିଲେ।

ଗତବର୍ଷ ନଭେମ୍ବରରେ କେନ୍ଦ୍ର ସରକାର ଏକକାଳୀନ ପେଟ୍ରୋଲ୍‌ରୁ 5 ଟଙ୍କା ଓ ଡିଜେଲ୍‌ରୁ 10 ଟଙ୍କାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ସେହି ସମୟରେ ପେଟ୍ରୋଲ୍ ଦାମ୍‌ ଦେଶର ବିଭିନ୍ନ ସ୍ଥାନରେ 110 ଟଙ୍କାରୁ ଅଧିକ ହୋଇଯାଇଥିବାରୁ ଜନ ଅସନ୍ତୋଷ ଦେଖାଦେଇଥିଲା।

 

 

 

Leave a Comment