ରାକ୍ଷାଶୁଣି ମା କଲା ଏମିତି କାମ, 2 ବର୍ଷର ଶିଶୁ କୁ ରଖିଦେଲା ମାଇକ୍ରୋୱେଭ୍‌ ଭିତରେ:-

ଦକ୍ଷିଣ ଦିଲ୍ଲୀରେ ଘଟିଯାଇଛି ଏପରି ଏକ ଅଭାବନୀୟ ଘଟଣା ଯାହାକୁ କେହିବି ବିଶ୍ୱାସ କରି ପାରିବେ ନାହିଁ। ଚିରାଗ ଦିଲ୍ଲୀ ଅଞ୍ଚଳରେ ସୋମବାର ଏକ 2 ମାସର ଶୁଶୁକୁ ମୃତ ଅବସ୍ଥାରେ ମାଇକ୍ରୋୱେଭ୍‌ ଓଭେନ୍‌ ଭିତରୁ ଉଦ୍ଧାର କରାଯାଇଛି।ପୁଲିସ୍‌ ଡେପୁଟି କମିସନ୍‌ର ବେନିତା ମାରି ଜୟକର୍‌ କହିଛନ୍ତି କି ଏହି 2 ମାସର ଶିଶୁଟିର ମୃତ ଖବର ପୁଲିସ୍‌କୁ ହସ୍ପିଟାଲ୍‌ ପକ୍ଷରୁ ସଂଧ୍ୟା 5ଟା ବେଳେ ମିଳିଥିଲା। ଶିଶୁଟି ଓଭେନ୍‌ରେ ପଶିଥିବା ଜଣେ ପଡ଼ୋଶୀ ପ୍ରଥମେ ଦେଖିବାକୁ ପାଇଥିଲେ।

ଏହି ଘଟଣାକୁ ପୁଲିସ୍‌ ତଦନ୍ତ କରି ଅଜଣା ବ୍ୟକ୍ତିଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଏବେ ସୁଦ୍ଧା ଏ ସମ୍ପର୍କରେ ପୁଲିସ୍‌ କାହାକୁ ଗିରଫ କରିନାହିଁ।

ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ କହିବାନୁଯାୟୀ, ‘ଶିଶୁଟିର ମାଆ ଏହି ମାମଲାର ମୁଖ୍ୟ ଅଭିଯୁକ୍ତା ଅଟନ୍ତି। ଶିଶୁଟିର ମାଆକୁ ପୁଲିସ୍‌ ଷ୍ଟେସନ୍‌ରେ ପଚରାଉଚରା କରାଯାଇଛି। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଘଟଣା ଘଟିବା ସମୟରେ ଶିଶୁଟିର ବାପା ଘରେ ଉପସ୍ଥିତ ନଥିଲେ।

ଶିଶୁଟି ମାଇକ୍ରୋୱେଭ୍‌ ଓଭେନ୍‌ ଭିତରୁ ଉଦ୍ଧାର କରିଥିବା ପଡ଼ୋଶୀ ଜଣକ ‌କହିଛନ୍ତି କି ମହିଳା ଜଣକ ଘର ଭିତର ପଟୁ କବାଟ ଦେଇ ଦୀର୍ଘ ସମୟ ଧରି ରହିଥିବାରୁ ସେ କାଚ ଭାଙ୍ଗି ଘରେ ପଶିଥିଲେ। ସେ ଦେଖିବା ବେଳକୁ ମହିଳା ଅଚେତ ଅବସ୍ଥାରେ ତଳେ ପଡ଼ିଥିଲେ। ସେ ଶିଶୁଟିକୁ ବହୁ ଖୋଜିବା ପ‌ରେ ବି ପାଇନଥିଲେ।

ତା’ପରେ ସେ ଆଉ କିଛି ପଡ଼ୋଶୀଙ୍କୁ ଡାକି ଆଣି ଖୋଜା ଖୋଜି କରିଥିଲେ। ଶେଷରେ ଶିଶୁଟି ମାଇକ୍ରୋୱେଭ୍‌ ଓଭେନ୍‌ ଭିତରୁ ମିଳିଥିଲା।

Leave a Comment