ପଞ୍ଚାୟତ ନିର୍ବାଚନ ରେ ହାରିବା ପଡିଲା ମହଙ୍ଗା , ଅପମାନ ସହି ନପାରି ସ୍ୱାମୀଙ୍କ ଦଶାହରେ ଆରପାରିକି ଚାଲିଗଲେ ସ୍ତ୍ରୀ

ସଦ୍ୟ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଭଦ୍ରକ ରୁ ଆସିଛି ଏକ ରୋମ ଟାଙ୍କୁରା ଘଟଣା I ପଂଚାୟତ ନିର୍ବାଚନ ରେ ହାରିବା ଯୋଗୁଁ ସଂସାର ଉଜୁଡି ଯାଇଛି I ହାରିବା ପରେ ଲୋକଙ୍କ ଟାହିଟାପରା ଅସହ୍ୟ ହେଇଥିଲା , ବିଜୟୀ ପ୍ରାଥୀ ଙ୍କ ପ୍ରୋସେସନ ବେଳେ ଅସହ୍ୟ ଅପମାନ ସହି ନପାରି ସମିତି ସଭ୍ୟ ଙ୍କ ସ୍ୱାମୀ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀ ମଧ୍ୟ ବିଷ ପି ଆତ୍ମହତ୍ୟା ଉଦ୍ୟମ କରିଥିଲେ I ଘଟଣା ଟି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଦ୍ମପୁର ଗ୍ରାମ ର ।

ସ୍ୱାଧୀନ ଭାବେ ସମିତି ସଭ୍ୟାପ୍ରାର୍ଥୀ ରେ ଲଢ଼ି ପରାଜୟ ହେଇଥିଲେ ଶ୍ରୀମତୀ ସୁମତି ପରିଡା । ଏବଂ ତାଙ୍କ ବିପକ୍ଷରେ ବିଜୟୀ ହେଇଥିଲେ ବିଜେଡ଼ି ପ୍ରାଥୀ I
ତେବେ ଗତ 13 ତାରିଖରେ ବିଜୟୀ ପ୍ରାର୍ଥୀ ଓ ତାଙ୍କ କର୍ମୀମାନଙ୍କ ଶୋଭାଯାତ୍ରା ରେ ହାରିଯାଇଥିବା ସୁମତି ଙ୍କୁ ଗାଳି ଗୁଲଜ କରିବା ସହ ଟାହିଟାପରା କରିଥିଲେ । ଏଥିରେ ଅପମାନିତ ହେଇ ସୁମତି ଙ୍କ ସ୍ୱାମୀ ପଙ୍ଖାରେ ଝୁଲି ପଡିଥିଲେ ଏବଂ ନିଜେ ସୁମତି ମଧ୍ୟ ବିଷ ପି ଦେଇଥିଲେ I

ଉଭୟ ଙ୍କୁ ହସ୍ପିଟାଲ ନିଆଯାଇଥିଲା ସୁମତି ଙ୍କ ସ୍ୱାମୀ ମୃତ୍ୟୁ ବରଣ କରିଥିବା ବେଳେ ଆଜି ତାଙ୍କ ଦଶାହ ଚାଲିଥିଲା I ତେବେ ଗୁରୁତର ଭାବେ ଚିକିତ୍ସା ହେଇ ଶେଷରେ ଆଜି ସ୍ୱାମୀ ଙ୍କ ଦଶାହ ରେ ଆଖି ବୁଝିଛନ୍ତି ସ୍ତ୍ରୀ ସୁମତି I ଏନେଇ ସୁମତି ଙ୍କ ଶଶୁର ସ୍ଥାନୀୟ ଥାନାରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି I

Leave a Comment