ହୁ ହୁ ହୋଇ ବ୍ୟାପୁଛି କରୋନାର ନୂଆ ଭ୍ୟାରିଆଣ୍ଟ,ଡେ଼ଲ୍ଟାକ୍ରନ ନବ ଜୀବନ:-

ଭାରତରେ କରୋନା ଭାଇରସର ସଂକ୍ରମଣ ହ୍ରାସ ପାଇବା ପରେ ଲୋକମାନେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି, କିନ୍ତୁ ଏହାରି ମଧ୍ୟରେ ଦେଶରେ କରୋନାର ନୂଆ ଭାରିଆଣ୍ଟର ସଂକ୍ରମଣ ପ୍ରବେଶ କରିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଓ ଡେଲ୍ଟାରୁ ମିଳିତ ଭାବେ ସୃଷ୍ଟି ହୋଇଛି, ଯାହାର ନାଁ ଡେଲ୍ଟାକ୍ରନ ରହିଛି । ଏହି ଭାରିଆଣ୍ଟ ଏବେ ଭାରତରେ ପ୍ରବେଶ କରିଛି। ଅନେକ ରାଜ୍ୟରୁ ଡେଲ୍ଟାକ୍ରନ ମାମଲା ଚିହ୍ନଟ ହୋଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଭାରତରେ କୋଭିଡ ଜେନୋମିକ୍ସ କନସୋର୍ସିୟମ ବା ଆଇଏନଏସଏସିଓଜି ଓ ଜିଏସଏଆଇଡି ସୂଚନା ଦେଇଛି କି ଦେଶରେ 568 ମାମଲାର ଯାଞ୍ଚ ଚାଲିଛି । ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ 221 ମାମଲାରେ ଡେଲ୍ଟାକ୍ରନ ଭାରିଆଣ୍ଟର ସଂକେତ ମିଳିଛି, ଯାହାକି ହଟସ୍ପଟ ପାଲଟିଛି । ଏହାପରେ ତାମିଲନାଡୁରେ 90, ମହାରାଷ୍ଟ୍ରରେ 33, ଗୁଜରାଟରେ 33, ପଶ୍ଚିମବଙ୍ଗରେ 32 ଓ ତେଲଙ୍ଗାନାରେ 25 ଓ ନୂଆଦିଲ୍ଲୀରେ 20 ମାମଲାର ଯାଞ୍ଚ ଚାଲିଛି ।

ତେବେ ଡେଲ୍ଟାକ୍ରନ ଭାଇରସ୍ କେତେ କ୍ଷତିକାରକ , ସେନେଇ ବୈଜ୍ଞାନିକଙ୍କ ରିସର୍ଚ୍ଚ ଜାରି ରଖିଛନ୍ତି। 2022 ଜାନୁଆରୀରେ ଏହି ଭାଇରସ୍ ଫ୍ୟାନ୍ସରେ ବ୍ୟାପିବା ଆରମ୍ଭ କରିଥିଲା ଓ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା ।

Leave a Comment