ଅପରାଜିତାଙ୍କ ପ୍ରେମ କାହାଣୀ, ସୋସିଆଲ ମିଡିଆରେ ହେଲା ଭାଇରାଲ:-

ଅପରାଜିତା ଷଡଙ୍ଗୀ ନାମ ସହିତ ଆପଣ ମାନେ ନିହାତି ରୂପେ ପରିଚିତ , ଏ ନାମ ପ୍ରତିଦିନ ଖବର କାଗଜରେ ଏବଂ ଟେଲିଭିଜନ ରେ ଶୁଣିଥିବେ। ସାଂସଦ ଆପରାଜିତା ଷଡଙ୍ଗୀ ଜଣେ ଶକ୍ତ ମହିଳା ଅଟନ୍ତି ଯିଏ ସ୍ପଷ୍ଟବାଦୀ ମଧ୍ୟ ଅଟନ୍ତି । ଏଥିସହିତ ସେ ରାଜନୀତିରେ ମଧ୍ୟ ସେ ଦକ୍ଷ , ତାଙ୍କ ରାଜନୈତିକ ଜୀବନରେ ସେ ଚର୍ଚ୍ଚା ଏବଂ ବିବାଦ ଉଭୟର ସାମ୍ନା କରିଥାନ୍ତି । ଆଜି ଆମେ କଥା ହେବା ସାଂସଦ ଅପରାଜିତା ଙ୍କ ବିଷୟରେ , ଯାହା ଆଗରୁ କେବେହେଲେ ଆପଣ ମାନେ ଶୁଣି ନଥିବେ ।

ଭାରତୀୟ ଜନତା ପାର୍ଟି ତଥା ବିଜେପିରେ ଯୋଗ ଦେବା ପରେ ଚର୍ଚ୍ଚାର ଶୀର୍ଷରେ ରହିଅଛନ୍ତି ପୂର୍ବତନ ଆଇଏସ ଅଫିସର ଅପରାଜିତା ଷଡଙ୍ଗୀ । ଅପରାଜିତା ଷଡଙ୍ଗୀଙ୍କ ଜନ୍ମ 1 ସେପ୍ଟମ୍ୱର 1979 ରେ ବିହାରର ଭାଗଲପୁରରେ ହୋଇଥିଲା । ଅପରାଜିତା ଙ୍କ ବାପା ଓ ମା ଉଭୟ ଶିକ୍ଷକ ଅଟନ୍ତି , ନାଳନ୍ଦା ୟୁନିର୍ଭସିଟିରୁ ଅର୍ଥନୀତିରେ ଗ୍ରାଜୁଏସନ ହାସଲ କରିଛନ୍ତି ଅପରାଜିତା । 1994 ମସିହାରେ ୟୁପିଏସିର ସିଭିଲ ସର୍ଭିସ ପରୀକ୍ଷା କ୍ୱାଲିଫାଏ କରିବା ପରେ ଆଇଏସ୍ ଭାବରେ କାର୍ଯ୍ୟ ତୁଲାଇ ଥିଲେ ଅପରିଜିତା। ତାଙ୍କ ସହପତି ସନ୍ତୋଷ ଷଡଙ୍ଗୀଙ୍କୁ ବିବାହ କରିଛନ୍ତି ଅପରାଜିତା , ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ୍ ଅଫିସର ।

ଅପରାଜିତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି , ପୁଅ ଶୀଖର ଷଡଙ୍ଗୀ ଏବଂ ଝିଅ ଅର୍ଚ୍ଚିତା ଷଡଙ୍ଗୀ । 2006 ରୁ 2013 ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିଲେ ଅପରାଜିତା । 2006 ରୁ 2009 ପର୍ଯ୍ୟନ୍ତ ବିଏମସି ବା ଭୁବନେଶ୍ୱର ପୁନିସପାଲ କର୍ପୁରେସନର କମିଶନର ଭାବେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ 4 ବର୍ଷ ସେ ପ଼ଞ୍ଚାୟତ ରାଜର ସେକ୍ରେଟେରୀ ସ୍କୁଲ ଅଫ୍ ଗଣଶିକ୍ଷା ବିଭାଗ ର ସେକ୍ରେଟେରୀ , ଉଚ୍ଚବିଭାଗର ସେକ୍ରେଟେରୀ ଏବଂ ଟେକ୍ସଟାଇଲ ଓ ହେଣ୍ଡଲୁମ ଡିପାର୍ଟମେଣ୍ଟର ସେକ୍ରେଟେରୀ ଭାବରେ ଦାୟିତ୍ୱ ତୁଲାଇ ଥିଲେ।

2012 ମସିହାରେ ଭାରତ ସ୍କାଉଟ୍ ଏଣ଼୍ଡ ଗାଇଡ୍ ଦ୍ୱାରା ଶକ୍ତି ସମ୍ମାନ ଆୱାର୍ଡ ରେ ସମ୍ମାନିତ ହୋଇଥିଲେ ଅପରାଜିତା । 2013 ମସିହାରେ ସେ 5 ବର୍ଷ ପାଇଁ ସେଣ୍ଟାଲ ଡେପୁଟେସନରେ ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ 15 ସେପ୍ଟମ୍ୱର 2018 ରେ ସେ ଆଇଏସ ରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଆଇଏସ ପଦର ଇସ୍ତାଫା ପରେ ସେ 27 ନଭେମ୍ୱର 2018 ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେଥିରେ ମଧ୍ୟ ଅତି ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରୁଥିବାର ନଜର ଆସିଛନ୍ତି ଏବଂ ଗରୀବ ମା ମାଉସୀଙ୍କ ପାଇଁ ସାହାର୍ଯ୍ୟର ହାତ ବଢାଇଛନ୍ତି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନିଷ୍ଠାର ସହ କାର୍ଯ୍ୟ ତୁଲାଉ ଆସୁଛନ୍ତି।

 

 

Leave a Comment