ବରି ବିଜେଡି ରେ ତୀବ୍ର କନ୍ଦଳ ,ବିଶ୍ୱ ଭସା ପୁଅ ଗେଞ୍ଜା ରୁଅ : ସୁନନ୍ଦା

ବରି ବିଜେଡି ର ବିଶ୍ୱ ଏବଂ ସୁନନ୍ଦା ଙ୍କ ତୁ ତୁ ମେ ମେ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ,ନିଜର ପତିଆରା ଦେଖାଇବାକୁ ଉଭୟ ଜୋରଦାର ଲାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ବାଜି ମାରିନେଇଥିଲେ ବିଶ୍ୱ I ଖାସ କରି ବାରି ବ୍ଲକ ପାଇଁ ବିଜେଡି ବିଜେଡି ମଧ୍ୟରେ ଚାଲିଥିଲା ତୀବ୍ର ପ୍ରତିଦ୍ବନ୍ଦିତା I ଉଭୟ ଗୋଟିଏ ଦଳର ହୋଇଥିଲେ ମଧ୍ୟ ବିଶ୍ୱ ଏବଂ ସୁନନ୍ଦା ଙ୍କ ମଧ୍ୟରେ ତୀବ୍ର ଟକ୍କର ହେଇଥିଲା ଏବଂ ଶେଷରେ ବାଜି ମାରିନେଇଥିଲେ ବିଶ୍ୱ I 29 ପଂଚାୟତ ବିଶିଷ୍ଟ ବରି ପଞ୍ଚାୟତ ସମିତି କୁ 16/13 ରେ ଦଖଲ କରିନେଇଥିଲେ ବିଶ୍ୱ I

ବିଶ୍ୱ ଙ୍କ ସମର୍ଥିତ ପ୍ରାଥୀ ଅଶୋକ କୁମାର ଗେଡି ସୁନନ୍ଦା ଙ୍କ ସମର୍ଥିତ ପ୍ରାଥୀ କୁ ହରାଇ ବାଜି ଜିତି ନେଇଥିଲେ I ତେବେ ଗତକାଲି ନିଜର କ୍ଷୋଭ ଗଣମାଧ୍ୟମ ଆଗରେ ବଖାଣି ଛନ୍ତି ସୁନନ୍ଦା I କହୁ କହୁ କହିପକାଇଲେ ବିଶ୍ୱ ଭସା ପୁଅ ଗେଞ୍ଜା ରୁଅ , ମୁଁ ଭୋଟ ପାଇ ନିର୍ବାଚନ ଜିତିଛି I ସୁନନ୍ଦା ଙ୍କ ଏହି ଡାଇଲଗ ଏବେ ବରି ରେ ଜୋରଦାର ଚର୍ଚା ହେଉଥିବା ବେଳେ କିଏ ଭସା ପୁଅ ବିଶ୍ୱ ଭାସିବେ ନା ସୁନନ୍ଦା ଙ୍କୁ ଭସେଇଦେବେ ତାହା ଆଗାମୀ ଦିନରେ ଜଣାପଡିବ I

Leave a Comment