ବିଜେପିରୁ ଟିକେଟ୍ ଦେବା ପାଇଁ ‘ଗୋଟିଏ ରାତି ଶୋଇବାକୁ’ କହିଲେ ଏହି ବରିଷ୍ଠ BJP ନେତା:-

ରାଜନୀତିର ଉପର ତାକୁ ଦେଖିବା ଯେତିକି ଭଲ, ଭିତର ସେତେ କଳୁଷିତ। ଦିନକୁ ଦିନ ରାଜନେତାଙ୍କର ଖରାପ କାର୍ଯ୍ୟକଳାପ ସାମ୍ନାକୁ ଆସିବାରେ ଲାଗିଛି। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏପରି ଏକ ଘଟଣା, ଯାହାକୁ ଶୁଣି ଆପଣଙ୍କୁ ବି ଲଜ୍ଜ୍ୱା ଲାଗିବ। ରାଜନୀତିରେ ଭଲ ସୁଯୋଗ ଦେବା ଓ ଟିକେଟ ଦେବା ଆଳରେ ବିଜେପି ନେତ୍ରୀଙ୍କୁ ଆଉ ଜଣେ ବିଜେପି ନେତା ଅଶ୍ଲୀଳ ଅଫର ଦେଇଛନ୍ତି। ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ଟିକେଟ୍ ନାଁରେ ଅନେକ ସମୟ ଧରି ତାଙ୍କୁ ବ୍ଲାକମେଲ କରାଯାଉଛି। ଶେଷରେ ମହିଳା ଜଣକ ବିଜେପି ନେତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛନ୍ତି।


ତେବେ ଏହି ମାମଲା ପନ୍ନା ଜିଲ୍ଲାର ଗୁନ୍ନୌର ବିଧାନସଭା ନିର୍ବାଚନୀ ମଣ୍ଡଳରୁ ଆସିଛି। ସେଠାରେ ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି ଯେ, ଗ୍ୱାଲିୟର ନିବାସୀ ବିଜେପି ନେତା, ଯୁବ ମୋର୍ଚ୍ଚା ଗ୍ରାମ୍ୟର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ଗୁରୁରାଜ ତାଙ୍କୁ ବିଧାନସଭା ଟିକେଟ ଦେବା ଓ ଆୟୋଗରେ ସାମିଲ କରିବା ପାଇଁ ଅନେକ ସମୟ ଧରି ଲକ୍ଷାଧିକ ଟଙ୍କା ମାଗୁଥିଲେ। ବିଜେପି ନେତା ତାଙ୍କୁ ହୋଟେଲ ଡାକିବା ସହ ଅନୈତିକ ସମ୍ପର୍କ ରଖିବାକୁ ଦାବି କରିଥିଲେ। ଅଭିଯୁକ୍ତ ବିଜେପି ନେତା ତାଙ୍କ ଅଡିଓ ଭାଇରାଲ କରିଦେବାକୁ ଦୀର୍ଘ ସମୟ ଧରି ଧମକ ଦେଉଥିବା ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

Leave a Comment