ତପସ୍ୱିନୀ ଓ ସୁମିତଙ୍କ କେସ ନେଲା ନୂଆ ମୋଡ଼,ଏକାଠି ହେବେ ସ୍ୱାମୀ ସ୍ତ୍ରୀ:-

ଜୟ ଜଗନ୍ନାଥ ବନ୍ଧୁଗଣ, ବନ୍ଧୁଗଣ ଆପଣମାନେ ନିଶ୍ଚିନ୍ତ ଦେଖିଥିବେ କିଭଳି ତପସ୍ୱିନୀ ତାଙ୍କ ଅଧିକାର ପାଇଁ ଲଢେଇ କରି ଶାଶୁଘର ପିଣ୍ଡାରେ ବସିକି ରହିଥିଲେ। ଏବଂ ନିଜେ ଭାତ,ଡାଲମା କରି ମଧ୍ୟ ଖାଇଥିଲେ। ଏବଂ ତାଙ୍କୁ ଶେଷରେ ଶାଶୁଘରେ ରହିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲା। ଏବଂ ଭରଣପୋଷଣ ପାଇଁ ସତର ହଜାର ଟଙ୍କା ସୁମିତ ତପସ୍ୱିନୀଙ୍କୁ ଦେବେ ବୋଲି ଜିଲ୍ଲା ଜର୍ଜ କହିଥିଲେ। ସୁମିତ ପଇସା ତପସ୍ୱିନୀଙ୍କୁ ଟଙ୍କା ନଦେଇ ଥିବାରୁ ତପଶ୍ୱନି ପିଟିସନ ଦାଖଲ କରିଥିଲେ। ତଥାପି ଡାକ୍ତର ସୁମିତ ଓ ତପସ୍ୱିନୀ ଙ୍କ ମାମଲା ସୁଧୁରିବାରେ ନାମ ନେଉ ନାହିଁ। ଦିନକୁ ଦିନ ଜଟିଳ ହୋଇ କଥା ବଢ଼ିବାରେ ଲାଗିଛି। ଏବେ ତାଙ୍କୁ ପୁଣି ନୋଟିସ୍ ଦିଆ ଯାଇଛି। କେଶ୍ ର ମୋଡ଼ ଅନ୍ୟ ଆଡକୁ ବଦଳି ଯାଇଛି। ତପଶ୍ୱନି ଓ ତାଙ୍କ ବାପାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି।


ସେଥିପାଇଁ ହାଇକୋର୍ଟ ତପଶ୍ୱନି ଙ୍କୁ ଆଠ ତାରିଖ ଦିନ ଅଦାଲତ ରେ ହାଜର ହେବା କଡା ନିର୍ଦ୍ଦେଶ ଦେଉଛି। ତପଶ୍ୱନି ଙ୍କୁ କୋର୍ଟ ନିର୍ଦ୍ଧେଶ ଦେଇନଥିଲେ ଯେ ସେ ଘରେ ରହିବା ପାଇଁ,କିନ୍ତୁ ତା ପୂର୍ବରୁ ତିରିଶ ରୁ ଅଧିକ ମହିଳାଙ୍କ ସହିତ ମିଶି ଗେଟ୍ ଭାଙ୍ଗି ଘରେ ପସିଥିବାରୁ ତାଙ୍କ ଶଶୁର ପ୍ରମୋଦ ସାହୁ କୋର୍ଟ କୁ ଯାଇଥିଲେ।ଯେତେବେଳେ ତପସ୍ୱିନୀ ଘରେ ରହିଥିଲେ ଗୋଟେ ଦିନ ରାତିରେ ଶଶୁର ଘରୁ ତପସ୍ୱିନୀ ପଳାଇ ଯାଇଥିଲେ। ତପସ୍ୱିନୀ ଅନ୍ୟାୟ ଭାବେ ତାଙ୍କ ଘରେ ରହୁଛନ୍ତି ବୋଲି ପିଟିସନ ରେ ଲେଖିଥିଲେ। ଏହି ତଥ୍ୟ ପାଇଁ ତପସ୍ୱିନୀ ଓ ତାଙ୍କ ବାପାଙ୍କୁ କୋର୍ଟ ତାଙ୍କ ପକ୍ଷ ରଖିବାକୁ କହିଛନ୍ତିି। ସୁମିତ କରିଥିବା ମାମଲା ର ମଧ୍ୟ ନୋଟିସ୍ ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ।

Leave a Comment