ମେ 9ରେ ଯୁଦ୍ଧ ହେବ ଶେଷ, ପୁଟିନଙ୍କ ବଡ଼ ଘୋଷଣା

ୟୁକ୍ରେନ ଋଷ ସେନା ମଧ୍ୟରେ ଭୀଷଣ ଯୁଧ୍ୟ ଜାରି ରହିଛି। ଏହା ମଧ୍ୟରେ ୟୁକ୍ରେନ ସେନାର ଏକ ଦାବି ସମସ୍ତଙ୍କ ମନରେ ହଇଚଇ ସୃଷ୍ଟିି କରିଛି। ମେ 9 ତାରିଖ ସୁଦ୍ଧା ଋଷ ଯୁଦ୍ଧ ଶେଷ କରିବ ବୋଲି ୟୁକ୍ରେନ ସେନା ଦାବି କରିଛି। କିବ୍ ଇଣ୍ଡିପେଣ୍ଡେଣ୍ଟ ଏହାର ରିପୋର୍ଟ ମୁତାବକ, 9 ମେ ସୁଦ୍ଧା ଯୁଦ୍ଧ ବନ୍ଦ କରିବାକୁ ଋଷ ସେନାକୁ ଆଦେଶ ଦିଆଯାଇଛି ବୋଲି ୟୁକ୍ରେନ ପ୍ରକାଶ କରିଛି। ଏହି ତାରିଖ ଋଷ ସେନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି ଦିନ ଋଷରେ ନାଜି ଜର୍ମାନୀକୁ ନେଇ ବିଜୟ ଉତ୍ସବ ପାଳନ କରାଯାଇଥିଲା ।


କେବଳ ଏତିକି ନୁହେଁ ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ ଏପରି କିଛି କହିଛନ୍ତି ଯାହାକୁ ନେଇ ବିଶ୍ୱ ସମୁଦାୟ ଚିନ୍ତା ପ୍ରକଟ କରିଛନ୍ତି । ଋଷ ହଜାର ହଜାର ୟୁକ୍ରେନ ନାଗରିକ ମାନଙ୍କୁ ଋଷକୁ ପଠାଇଦେଉଛି । ସେମାନଙ୍କର ଇଚ୍ଛା ବିରୁଦ୍ଧରେ ସେଠାରେ ରଖୁଛି ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବନ୍ଧକ ମଧ୍ୟ କରୁଛି। ଫଳରେ ଏମାନଙ୍କୁ ଢାଲ କରି ୟୁକ୍ରେନକୁ ସମର୍ପଣ କରିବାକୁ ବାଧ୍ୟ କରିପାରିବ । ୟୁକ୍ରେନର 4 ଲକ୍ଷ ଲୋକଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଋଷ ପଠାଯାଇଛି। ସେମାନଙ୍କ ମଧ୍ୟରେ 84 ହଜାର ଶିଶୁ ଅଛନ୍ତି ବୋଲି କହିଛନ୍ତି ୟୁକ୍ରେନର ବରିଷ୍ଠ ଅଧିକାରୀ ଲୟୁଡମାୟଲା ଡେନିସୋବା ।

Leave a Comment