ଆପଣ କଣ ଜାଣନ୍ତି କିଏ ହେବ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ?

ରାଜ୍ୟ ମଧ୍ୟରେ ପୌର ଭୋଟ ଗଣତି ଚାଲିଅଛି। ଚାଲିଛି ପୌର ଭୋଟ ଗଣତି। ରାଜ୍ୟବ୍ୟାପୀ 8 ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ ବିଳମ୍ବରେ ଆରମ୍ଭ ହୋଇଛି ଭୋଟ ଗଣତି। କିଏ ଜିତିବ ଏବଂ କିଏ ହାରିବ ତାହା ଆଉ କିଛି ସମୟ ପରେ ଜଣାପଡିବ। କିନ୍ତୁ ବିଜେଡି-ବିଜେପି ମଧ୍ୟରେ ଭଲ ଫାଇଟ ଦେଖିବାକୁ ମିଳିଛି।

 

ଭୁବନେଶ୍ୱରରେ ପୌର ଭୋଟ କିଏ ଜିତିବ, ଭୁବନେଶ୍ୱରରେ କାହା ମୁଣ୍ଡରେ ହାତୀ ସୁନା କଳସ ଢ଼ାଳିବ ତାଉପରେ ସମସ୍ତଙ୍କର ନଜର ରହିଅଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର ମହାନଗର ନିଗମ ଦେଖିବ ନୂଆ ମହିଳା ମେୟର। ଏହି ପୌର ଆସନ ହାତେଇବାକୁ ବିଜେଡି, ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର। ଏବଂ ପଛରେ ପଡ଼ି ଯାଇଛି କଂଗ୍ରେସ। ବିଜେଡିରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ଦାସ ବର୍ତ୍ତମାନ 11,312 ଭୋଟରେ ଆଗରେ ଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡୁ 7058 ଭୋଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ହେଲେ କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 434 ଭୋଟ ସହ ପଛରେ ପଡ଼ି ଯାଇଛନ୍ତି।

 

 

Leave a Comment