ଆମ ଦେଶର ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ବର୍ଷ ଉଚ୍ଚଶିକ୍ଷିତ ହେବା ପାଇଁ ବିଦେଶ ଶିକ୍ଷାନୁଷ୍ଠାନ ଉପରେ ନିର୍ଭର କରନ୍ତି। ଯାହା ପାଇଁ ଅନେକ ଛାତ୍ରଛାତ୍ରୀ ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକରେ ପଢ଼ିବା ପାଇଁ ଅନଲାଇନ୍ ଆବେଦନ କରିଥାନ୍ତି। ହେଲେ କୋଭିଡ୍ ମହାମାରୀ ପାଇଁ ବିଗତ ଦୁଇ ବର୍ଷ ହେବ ପାଠପଢ଼ା ଅନ୍ଲାଇନ ମାଧ୍ୟମରେ କରାଯାଉଛି । ସେହିପରି ଚୀନ୍ରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଲାଣି। ଏହାରି ମଧ୍ୟରେ ଚୀନ୍ରେ ପାଠ ପଢ଼ିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ UGC ଏକ ନୋଟିସ୍ ଜାରି କରିଛି। କୋଭିଡ୍ ସଂକ୍ରମଣ ବଢ଼ୁଥିବା ଦେଖି ଚୀନ୍ରେ ପୁଣି ଥରେ ଲକ୍ଡାଉନ୍ ଲାଗୁ କରିଦିଆଯାଇଛି। ହେଲେ ବିଭିନ୍ନ ଦେଶରେ କୋଭିଡ୍ କଟକଣାକୁ ହାଟାଇ ଦିଆଯାଇଥିବାରୁ ଛାତ୍ରଛାତ୍ରୀମାନେ ବିଦେଶକୁ ପଢ଼ିବା ପାଇଁ ଆଗ୍ରହୀ ଥିବା ଜଣାପଡିଅଛି।
ଯଦି ଆପଣ ମଧ୍ୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଅଛନ୍ତି ତେବେ UGC ଦ୍ୱାରା ଜାରି କରାଯାଇଥିବା ନୋଟିସ୍ ଜାଣିବା ନିହାତି ଆବଶ୍ୟକ। ଚୀନ୍ର କିଛି ସହର ଗୁଡିକର ଶିକ୍ଷାନୁଷ୍ଠାନମାନଙ୍କରେ ଆଡ୍ମିଶନ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହାସହ ଚୀନ୍ରେ ପଢ଼ିବା ପାଇଁ ଇଚ୍ଛୁକ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ UGC ପକ୍ଷରୁ ଏକ ନୋଟିସ୍ ମଧ୍ୟ ଜାରି କରାଯାଇଛି । UGC ଓ ଅଲ୍ ଇଣ୍ଡିଆ କାଉଁସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (AICTE)ଙ୍କ ବିନା ଅନୁମତିରେ ଅନ୍ଲାଇନ୍ ମାଧ୍ୟମରେ ହାସଲ କରାଯାଇଥିବା ଡିଗ୍ରୀକୁ ସ୍ୱୀତକୃତି ଦିଆଯିବ ନାହିଁ। ଯଦି କେହି କୌଣସି ବିଦେଶୀ ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରନ୍ତି ତେବେ ସେହି ଡିଗ୍ରୀ ଭାରତରେ ଅବୈଧ ତଥା କୌଣସି କାମରେ ଆସିବ ନାହିଁ ବୋଲି UGC ପକ୍ଷରୁ ସ୍ପଷ୍ଟ କରାଯାଇଛି ।