ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ ! ସବୁ ଖୋଲିକି କହିଦେଲେ କ୍ୟାମେରାମ୍ୟାନ୍:-

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସିଲା ଆଉ ଏକ ନୂଆ ଟ୍ୱିଷ୍ଟ। ଯେଉଁ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିଲା, ସେଥିରେ ପୂର୍ବତନ OIC ନିରଞ୍ଜନ ସେଠିଙ୍କ ଗାଧୁଆ ସିନ୍‌ ଥିଲା। ତେବେ ସେହି ସିନ୍‌ରେ ନିରଞ୍ଜନ ସେଠି ଏକା ଥିଲେ ନା ତାଙ୍କ ସହ ଥିଲେ ଆଉ ଦୁଇ ମହିଳା। ତାହା ଏବେ ସ୍ପଷ୍ଟ ହୋଇନାହିଁ । ତେବେ କାହାଣୀରେ ଏଭଳି ଟ୍ୱିଷ୍ଟ ମାନସଙ୍କ ଜଣେ ସହଯୋଗୀ ଆଣିଛନ୍ତି।

 

ମାନସ କହିଛନ୍ତି, ଗତ ଜାନୁୟାରୀ 29 ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା। ଯେଉଁଥିରେ 2 ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ । ସେହି ଫିଲ୍ମରେ ଏକ ଗାଧୁଆ ସିନ୍ ମଧ୍ୟ ରହିଥିଲା । ପୁରୀରେ ହିଁ ସେହି ଗାଧୁଆ ସିନ୍‌ ସୁଟିଂ କରାଯାଇଥିଲା । ଆଉ ସେତେବେଳେ କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁ ଥିଲେ। ସୁଟିଂକୁ ନିଜେ ଶର୍ମିଷ୍ଠା ମଧ୍ୟ ଯାଇଥିଲେ । ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଧିଷ୍ଟ ସିନ୍‌ର ଭିଡ଼ିଓ ଡିଲିଟ୍ ହୋଇଯାଇଥିଲା । ତେଣୁ ଶର୍ମିଷ୍ଠା ଏବଂ ନିରଂଜନ, ମାନସଙ୍କଠାରୁ କ୍ୟାମେରା ନେଇଯିବା ସହ ଟଙ୍କା ବି ବାକି ରଖିଥିଲେ ।ତେବେ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମେମୋରି ଚିପ୍‌ରୁ ଭିଡିଓ ରିକଭରି କରି ଫେରାଇବେ କହି ତାକୁ ନେଇଥିଲେ । କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ମେମୋରି ଚିପ୍‌ ଫେରାଇନଥିଲେ ମାନସ । ଯାହାକୁ ନେଇ ତୀବ୍ର ହୋଇଥିଲା ବିବାଦ । ଆଉ ସେହି ବିବାଦର ପରିଣାମ ସ୍ୱରୂପ ମାନସଙ୍କୁ ଆକ୍ରମଣ କରାଯାଇଥିବା ଆଶଙ୍କା କରିଛନ୍ତି ମାନସଙ୍କ ସହଯୋଗୀ କ୍ୟାମେରାମ୍ୟାନ । ତାସହ ଦୟାଲ ଆଶ୍ରମରେ ମଧ୍ୟ ସର୍ଟ ଫିଲ୍ମ ସବୁ ସୁଟିଂ ହୁଏ ବୋଲି ମାନସଙ୍କ ସହଯୋଗୀ କହିଛନ୍ତି।

Leave a Comment