ଗତ କିଛି ଦିନ ଧରି ଦେଶରେ କରୋନାଭାଇରସ୍ଜନିତ ମହାମାରୀର ସଂକ୍ରମଣ ଦ୍ରୁତ ଗତିରେ ବିସ୍ତାରିତ ହେବା ପରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ 2 ହଜାରରୁ କିଛି କମ୍ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ 24 ଘଣ୍ଟା ମଧ୍ୟରେ 1660 କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ 4100 ମୃତ୍ୟୁ ରେକର୍ଡ କରାଯାଇଛି। କେତେକ ରାଜ୍ୟ ପିଛିଲା ଭାବେ ମୃତ୍ୟୁସଂଖ୍ୟା ହିସାବ ଦେଇଥିବା ହେତୁ ଆଜି ମୃତ୍ୟୁସଂଖ୍ୟା ଅଧିକ ରେକର୍ଡ କରାଯାଇଛି।
24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 43018032 ରେ ପହଞ୍ଚିଛି।ଗତ 24 ଘଣ୍ଟା ମଧ୍ୟରେ ହୋଇଥିବା 4100 ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-19 ଜନିତ ମୃତ୍ୟୁସଂଖ୍ୟା 520855 ରେ ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ କୋଭିଡ୍-19 ସଂକ୍ରମଣରୁ ସୁସ୍ଥ ହୋଇଥିବା 2394 ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଏବେ ଦେଶରେ ସମୁଦାୟ ସୁସ୍ଥତା ଲୋକଙ୍କ ସଂଖ୍ୟା 42480436 ରେ ପହଁଚିଛି।ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 17641। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା 6 ଟା ସୁଦ୍ଧା ସମୁଦାୟ 1825768476 ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-18 ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ 78,6302714 ଟି ନମୁନା ପରୀକ୍ଷା କରାଯାଇଛି।