ଜଳୁଛି ଇଲେକ୍ଟ୍ରିକ୍ ସ୍କୁଟର,ଟିକେ ଭିଡ଼ିଓ ଦେଖନ୍ତୁ,କିଣିବା କଥା ପଛରେ ଭାବିବେ:-

ଭାରତୀୟ ବଜାରରେ ଓଲା ସ୍କୁଟରର ଚାହିଦା ବର୍ତ୍ତମାନ ସମୟରେ ଅଧିକ ରହିଅଛି। ଗ୍ରାହକମାନେ ଓଲା ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଗୋଟିଏ ଓଲା ସ୍କୁଟର ରାସ୍ତା ମଝିରେ ହୁ ହୁ ହୋଇ ଜଳୁଥିବାର ଦେଖାଯାଉଛି । ଏହି ସମୟରେ ଲୋକମାନେ ଭୟରେ ଗାଡ଼ି ନିକଟରୁ ଦୂରେଇ ରହୁଥିବା ବେଳେ ଏହି ଇଲେକ୍ଟ୍ରିକ ଯାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଖାପାଖି 15 ସେକେଣ୍ଡର ଏହି ଭିଡିଓରେ ଏକ ଓଲା ଏସ ପ୍ରୋ ଇଲେକ୍ଟ୍ରିକ ସ୍କୁଟର ରାସ୍ତାକଡ଼ରେ ଜଳୁଥିବାର ଦେଖାଯାଉଛି। ପ୍ରଥମେ ସେଥିରୁ ଧୂଆଁ ବାହାରିଥିଲା ଓ ନିଆଁ ଭୀଷଣ ଭାବେ ଗାଡ଼ି ସାରା ବ୍ୟାପି ଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ସ୍କୁଟର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଟେ। ପୁଣେରୁ ଆସିଥିବା ଉକ୍ତ ଘଟଣାର ବର୍ତ୍ତମାନ ଯାଞ୍ଚ ଚାଲିଅଛି ଓ ଖୁବଶୀଘ୍ର ଏହା ପଛର କାରଣ ବିଷୟରେ ସାର୍ବଜନୀନ କରାଯିବ।


ଓଲା ପକ୍ଷରୁ କୁହାଯାଇଛି ଯେ, ଗାଡ଼ିର ସୁରକ୍ଷା ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟସ। ସେଥିପାଇଁ ଏହି ସ୍କୁଟରରେ ଭଲ କ୍ୱାଲିଟିର ପ୍ରଡକ୍ଟର ବ୍ୟବହାର କରାଯାଇଥାଏ। ଏହି ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। ଲିଥିୟମ-ଆୟନ ବ୍ୟାଟେରୀର କ୍ଷତି ଘଟିବା ବା ଶର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ସୂଚନାଯୋଯୋଗ୍ୟ ଯେ, ଓଲା ଏସର ମୂଲ୍ୟ 1 ଲକ୍ଷରୁ ଆରମ୍ଭ ହେଉଥିବା ବେଳେ ଓ ଏସ1 ପ୍ରୋର ମୂଲ୍ୟ 1.30 ଲକ୍ଷ ଟଙ୍କା ଅଟେ । ଥରେ ଫୁଲ ଚାର୍ଜ କଲା ପରେ ଏସ୧କୁ 120 କିମି ଓ ଏସ1 ପ୍ରୋକୁ 180 କିମି ପର୍ଯ୍ୟନ୍ତ ଚଲାଯାଇ ପାରିବ। ଅଲଗା ଅଲଗା ରାଜ୍ୟର ସବସିଡି ହିସାବକୁ ଆଧାରକୁ କରି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ।

 

Leave a Comment