24 ଘଣ୍ଟାରେ ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି,ମୃତ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି:-

ଗତ କିଛି ଦିନ ଧରି ଦେଶରେ କରୋନାଭାଇରସ୍‌ ଜନିତ ମହାମାରୀ ଦ୍ରୁତ ବେଗରେ ବିସ୍ତାରିତ ହେବା ପରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା କ୍ରମଶଃ ହ୍ରାସ ପାଇ 2 ହଜାରରୁ ଯଥେଷ୍ଟ କମ୍‌ ରହିଅଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟର ତଥ୍ୟ ଅନୁସାରେ, ରବିବାର ସକାଳ 8ଟା ସୁଦ୍ଧା ସମଗ୍ର ଦେଶରେ 24 ଘଣ୍ଟା ମଧ୍ୟରେ 1421 କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ କେସ ଓ 149 ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଅଛି। 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା 43019453ରେ ପହଞ୍ଚିଛି।

ଗତ 24 ଘଣ୍ଟାରେ ହୋଇଥିବା 149 ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-19 ଜନିତ ମୃତ୍ୟୁସଂଖ୍ୟା 521004ରେ ପହଞ୍ଚିଛି।

ଗତ 24 ଘଣ୍ଟା ମଧ୍ୟରେ କୋଭିଡ୍‌-19 ସଂକ୍ରମଣରୁ ସୁସ୍ଥ ହୋଇଥିବା 1866 ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଏବେ ଦେଶରେ ସମୁଦାୟ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ହେଉଛି 42482262।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 16187। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ 1825768576 ହିତାଧିକାରୀଙ୍କୁ ଟିକା ଦିଆଯାଇଅଅଛି। ଆଇସିଏମ୍‌ଆର୍‌’ ରିପୋର୍ଟ ଅନୁସାରେ, କୋଭିଡ୍‌-19 ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ 786922975 ଟି ନମୁନା ପରୀକ୍ଷା କରାଯାଇଛି।

 

 

 

Leave a Comment