ଅର୍ଥନୀତି ପରିଚାଳନାରେ ଓଡ଼ିଶା ହେଲା ଦେଶରେ ଏକ ନମ୍ବର ରାଜ୍ୟ:-

ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଆମ ପ୍ରିୟର ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହୋଇଛି। ଏହା କହିଛନ୍ତି ଆମ ସମସ୍ତଙ୍କର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଛନ୍ତି, ଋଣ କରି କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଅଛି। ସବୁଠୁ କମ ଋଣ ନେବାରେ ଓଡ଼ିଶା ଆଗକୁ ନମ୍ବର ଏକ ରାଜ୍ୟ ହେବ। ମାର୍ଚ୍ଚ 31 ରେ କର୍ଣ୍ଣାଟକକୁ ପଛରେ ପକାଇ ଆମ ପ୍ରିୟର ଓଡ଼ିଶା ଏକ ନମ୍ବର ହେବ।

 

ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହି ଅଛି। ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ସେ ସବୁ ଟଙ୍କା କେବଳ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ 1 ଲକ୍ଷ 6 ହଜାର କୋଟି ଟଙ୍କା ଋଣ କରିଛନ୍ତି। ଏଫଅଆରବିଏମ୍ ଆକ୍ଟ ଅନୁଯାୟୀ 25 ପ୍ରତିଶତ ଋଣ କରିବାର ଧାର୍ଯ୍ୟଠୁ ଆମେ ବହୁତ ତଳେ ରହିଅଛୁ। ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି।

Leave a Comment