ଓସ୍କାର ନେଲେ ରିଟର୍ନରେ ଚପୁଡା ଦେଲେ ମଞ୍ଚ ପାଲଟିଲା ରଣକ୍ଷେତ୍ର:ଦେଖନ୍ତୁ ଭିଡ଼ିଓ:-

ଏହି ବର୍ଷର ଓସ୍କାର ଉତ୍ସବରେ ଦେଖିବାକୁ ମିଳିଛି ଜବରଦସ୍ତ ଲଢ଼େଇର ମାହୋଲ। ଉତ୍ସବର ହୋଷ୍ଟ କରୁଥିବା କ୍ରିସ ରକଙ୍କୁ ଚାପୁଡ଼ା ମାରିଛନ୍ତି ଅଭିନେତା ୱିଲ ସ୍ମିଥ। ସ୍ମିଥଙ୍କ ପତ୍ନୀଙ୍କୁ ନେଇ କିଛି ମଜାଳିଆ କମେଣ୍ଟ କରିଥିଲେ ରକ। ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ତେ ମାରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ଫିଲ୍ମ ଜି.ଆ. ଜାନେକୁ ନେଇ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଡ ସ୍ମିଥଙ୍କୁ ଥଟ୍ଟା କରିଥିଲେ ରକ। ରକ କହିଥିଲେ ଯେ, ଜେଡାଙ୍କ ମୁଣ୍ଡରେ ଚୁଟି ନଥିବାରୁ ତାଙ୍କୁ ଉକ୍ତ ଫିଲ୍ମରେ କାମ ମିଳିଥିଲା। ଏହି ଫିଲ୍ମରେ ଅଭିନୟ କରିବା ପାଇଁ କେବଳ ଜେଡା ନିଜର ମୁଣ୍ଡର ଚୁଟି କାଟିଥିଲେ। କିନ୍ତୁ ବାସ୍ତବରେ ଜେଡା ଆଲୋପେସିଆ ନାମକ ଏକ ଚନ୍ଦାପଣ ବୀମାରୀରେ ଆକ୍ରାନ୍ତ ଅଛନ୍ତି। ତେବେ ଏହି ମଜାଳିଆ କମେଣ୍ଟକୁ ସହ୍ୟ କରିପାରିନଥିଲେ ସ୍ମିଥ। ସେ ତାଙ୍କ ସିଟରୁ ଉଠିଯାଇ ହୋଷ୍ଟ ରକଙ୍କୁ ଏକ ଶକ୍ତ ଚାପୁଡ଼ା କଷି ଦେଇଥିଲେ । ମୋ ପତ୍ନୀଙ୍କ ନାମ ଦ୍ୱିତୀୟ ଥର ନେବ ନାହିଁ ବୋଲି ଚେତାବନୀ ଦେଇଥିଲେ ସ୍ମିଥ । ରକ ମଧ୍ୟ ଏପରି ପୁନର୍ବାର ନ କରିବାକୁ କହିଥିଲେ। ତେବେ ଏହି ଘଟଣାକୁ ନେଇ 2022 ର ଓସ୍କାର ସମାରୋହ ସ୍ଥଳରେ ଉପସ୍ଥିତ ଥିବା ଦର୍ଶକମାନେ ଚମକି ଯାଇଥିଲେ । କେଇ ମିନିଟ ମଧ୍ୟରେ ସ୍ମିଥ ଓ ରକଙ୍କୁ ନେଇ ଟ୍ୱିଟର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।

 

Leave a Comment