ସବୁର ହେଲା ପର୍ଦାଫସ ସରିଲା ଲୁଚକାଳି ଖେଳ। ବନ୍ଧା ହେଲେ ଶର୍ମିଷ୍ଠା। ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଗିରଫ ହେଲେ ଅଭିଯୁକ୍ତ ଶର୍ମିଷ୍ଠା। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି। ପୋଲିସ ଓ କ୍ରାିମବ୍ରାଞ୍ଚର ମିଳିତ ଉଦ୍ୟମରେ ଗିରଫ ହେଲେ ଶର୍ମିଷ୍ଠା। ମାନସ ହତ୍ୟା ପରେ ଫେରାର ଥିଲେ ଶର୍ମିଷ୍ଠା। ସହଯୋଗୀ ଝୁନା ଭୋଇ ବି ଗିରଫ ହୋଇଥିବା ଜଣାପଡିଅଛି। ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ଙ୍କ ହତ୍ୟା ମାମଲାରେ ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍। କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଭଉୟଙ୍କୁ ହାଜର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏହାସହ 10 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ।
ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା 7 ରେ ପହଞ୍ଚିଛି। ପୂର୍ବରୁ ଏହି ମାମଲାରେ 5 ଜଣଙ୍କୁ ଗିରଫ କରାଯାଇଅଛି। ସେହିଭଳି ଆଶ୍ରମର କେୟାରଟେକରଙ୍କୁ ମଧ୍ୟ ଅଟକ ରଖିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ପଚରାଉଚରା ପରେ ପୂରା ଘଟଣା ଉପରୁ ପରଦା ହଟିବ ବୋଲି କହିଛି କ୍ରାଇମବ୍ରାଞ୍ଚ ।