ଆସିଲା ବଡ଼ ଖବର ପ୍ରଧାନମନ୍ତ୍ରୀ ମୋଦି ବନ୍ଦ କରିବେ ଋଷ ୟୁକ୍ରେନ ଯୁଧ୍ୟ:-

ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଧ୍ୟ ଚାଲିଛି। ବିଗତ ଏକ ମାସ ଧରି ଏହି ଯୁଦ୍ଧ ଜାରି ରହିଅଛି। ଋଷ ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି। ଋଷର ସେନା ଲଗାତର ୟୁକ୍ରେନର ବଡ଼ ବଡ଼ ସହର ଉପରେ ମିସାଇଲ ମାଡ଼ କରୁଛି। ସେପଟେ ୟୁକ୍ରେନ ସେନା ମଧ୍ୟ ଋଷ ସେନାକୁ କଡ଼ା ଟକ୍କର ଦେଉଛି।  ସେପଟେ ଏହି ଯୁଦ୍ଧକୁ ଶେଷ କରିବାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା ଦିଗରେ ମଧ୍ୟସ୍ଥତା ପ୍ରୟାସରେ ସେ ଭାରତ ସମେତ ଅନେକ ଦେଶ ସହ ଲଗାତର ସମ୍ପର୍କରେ ରହିଛନ୍ତି । ବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ଖୋଜିବା ପାଇଁ ଭାରତ ଲଗାତର ଭାବରେ ଚେଷ୍ଟା କରୁଛି।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ସୋମବାର ଦିନ କହିଛନ୍ତି ଯେ, ସେ ଭାରତ, ତୁର୍କୀ, ଚୀନ୍ ଏବଂ ଇସ୍ରାଏଲ୍ ସମେତ ଅନ୍ୟ ଦେଶମାନଙ୍କ ସହ ଆଲୋଚନା କରିବେ ଓ ଋଷ-ୟୁକ୍ରେନ ଯୁଦ୍ଧ କୁ ବନ୍ଦ କରିବା ପାଇଁ ମଧ୍ୟସ୍ଥତା ପ୍ରୟାସ କରିବେ । ମୁଁ ଅନେକ ଦେଶ ସହ ଲଗାତର ସମ୍ପର୍କରେ ଅଛି ଯେଉଁମାନେ ରାଜନୈତିକ ସମାଧାନ ପାଇଁ ମଧ୍ୟସ୍ଥତାର ବିଭିନ୍ନ ଉପାୟ ଜାଣିବା ପାଇଁ ଉଭୟ ପକ୍ଷ ସହ କଥାବାର୍ତ୍ତା କରୁଛି। ଜାତିସଂଘର ମୁଖ୍ୟ କହିଛନ୍ତି ଯେ, “ମୁଁ ନିଜ ତୁର୍କୀର ମିତ୍ରମାନଙ୍କ ସହିତ ବହୁତ ଘନିଷ୍ଠ ସମ୍ପର୍କ ରଖିଛି। ସେହିଭଳି ମୁଁ ଭାରତ ସମେତ କତାର, ଇସ୍ରାଏଲ, ଚୀନ୍,  ଫ୍ରାନ୍ସ ଏବଂ ଜର୍ମାନୀ ସହିତ ମଧ୍ୟ ଲଗାତର ସମ୍ପର୍କରେ ଅଛି। ମୋର ବିଶ୍ୱାସ ଯେ ଏହି ଯୁଦ୍ଧର ସମାପ୍ତି କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବା ପାଇଁ ଏହି ସମସ୍ତ ପ୍ରୟାସ ଆବଶ୍ୟକ ଅଟେ। ଏହି ସମସ୍ତ ଦେଶ ତାଙ୍କ ଉଦ୍ୟମକୁ ସମର୍ଥନ କରୁଛନ୍ତି କି ନାହିଁ ପଚରାଯିବାରୁ ଗୁଟେରସ୍ କହିଛନ୍ତି ମୋତେ ଏପରି ଆଶା ରହିଛି।

ଭାରତ ଏ ବାବଦରେ ଏ ପର୍ଯ୍ୟନ୍ତ ବହୁତ ଭାବିଚିନ୍ତି ପ୍ରତିକ୍ରିୟା ଦେଉଛି । ଏହାର ମୁଖ୍ୟ କାରଣ ହେଉଛି ଋଷ ସହିତ ଭାରତର ପୁରୁଣା ସମ୍ପର୍କ ଅଛି। ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ ରେ ଅନୁଷ୍ଠିତ ଭୋଟିଂରେ ନୂଆଦିଲ୍ଲୀ ମଧ୍ୟ ଭାଗ ନେଇନଥିଲା। ତେବେ ଶାନ୍ତି ମାଧ୍ୟମରେ ସମାଧାନ ପାଇଁ ଭାରତ ଅପିଲ କରିଛି। ଆଜି ତୁର୍କୀରେ ଦୁଇ ପକ୍ଷ ମଧ୍ୟରେ ଆଉ ଏକ ବୈଠକ ହେବାକୁ ଯାଉଛି ଯେଉଁଥିରେ ଶାନ୍ତି ବଜାୟ ରଖିବା ପାଇଁ ଆଲୋଚନା କରାଯିବ ।

 

Leave a Comment