ପୂରା ବିଶ୍ୱର ପେଟ ଭରିବ ଭାରତ, ଭାରତକୁ ମିଳିବ ଅଧିକ ଫାଇଦା:-

ଋଷ ଏବଂ ୟୁକ୍ରେନ ଯୁଦ୍ଧର ପ୍ରଭାବ ପୂରା ବିଶ୍ୱରେ ପଡିଛି। ପେଟ୍ରୋଲ ଦର ଦୈନିକ ବଢୁଥିବା ବେଳେ ଗହମର ଦର ମଧ୍ୟ ହୈ ରେକର୍ଡ ସ୍ତରରେ ପହଞ୍ଚି ଗଲାଣି। ତେବେ ଭାରତରେ ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତା ବଢିଥିବା ବେଳେ ଗହମକୁ ନେଇ ସେତେଟା ଚିନ୍ତିତ ନୁହେଁ ଭାରତ। କାରଣ ଭାରତ ପାଖରେ ଆବଶ୍ୟକତା ଠାରୁ ଅଧିକ ଗହମ ମହଜୁଦ ରହିଛି। ଭାରତ ପାଖରେ ଏବେ 12 ମିଲିୟନ ଟନ୍ ଗହମ ମହଜୁଦ ରହିଅଛି। ଯାହାକୁ ବିଶ୍ୱର ବିଭିନ୍ନ ଦେଶକୁ ଭାରତ ରପ୍ତାନୀ କରିବ। ପୂର୍ବରୁ ଯେଉଁ ଦେଶ ଗୁଡିକ ଋଷ ଓ ୟୁକ୍ରେନ ଠାରୁ ଗହମ ନେଉଥିଲେ ସେହି ସବୁ ଦେଶ ଗୁଡିକୁ ଭାରତ ଗହମ ରପ୍ତାନୀ କରିବ। ଏବଂ ପ୍ରଥମ ତାଲିକା ଆଗରେ ଇଜିପଟ୍ ରହିଛି। ତେବେ ଭାରତ ପାଖରେ ଯଥେଷ୍ଟ ଗହମ ଥିବାରୁ ବିଶ୍ୱ ବଜାରରେ ଗହମର ଦର ହୈ ରେକର୍ଡସ୍ତରରେ ପହଞ୍ଚିଥିଲେ ମଧ୍ୟ ସେତେଟା ବୃଦ୍ଧି ପାଇନାହିଁ।

ଗହମ ରପ୍ତାନୀ ନେଇ ଇଜିପ୍ଟ ସହ ଭାରତର ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚୀନ୍, ତୁର୍କୀ, ସୁଦାନ, ନାଇଜେରିଆ ଓ ଇରାନ ମଧ୍ୟ ଗହମ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଗତ 10 ମାସ ମଧ୍ୟରେ ଭାରତରେ ଗହମ ଉତ୍ପାଦନ 4 ଗୁଣା ଅଧିକ ବୃଦ୍ଧି ପାଇଛି । ଆଉ ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଭାରତ ପାଇଁ ବରଦାନ ସଦୃଶ୍ୟ ହୋଇଛି। କାରଣ ଋଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଭାରତରେ ଉତ୍ପାଦିତ ଗହମର ଚାହିଦା ଏବେ ବିଶ୍ୱ ବଜାରରେ ଯଥେଷ୍ଟ ଅଧିକ ରହିଛି। କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତ ଗହମର ରପ୍ତାନୀ କରିବା ଦ୍ୱାରା ବିଶ୍ୱ ବଜାରରେ ଗହମ ବିତରଣ ସ୍ୱାଭାବିକ ହେବ। ଏହାଛଡା ଦର ମଧ୍ୟ ସେଭଳି ବୃଦ୍ଧି ପାଇବ ନାହିଁ। କିନ୍ତୁ ଭାରତ ଯଦି ଗହମ ରପ୍ତାନୀ ନକରେ ତେବେ ଗହମର ଦର ହୁହୁ ହୋଇ ବଢିବ ବୋଲି ସୂଚନା ମିଳିଛି।

Leave a Comment