ପ୍ରଧାନମନ୍ତ୍ରୀଙ୍କର ଆଉ ଏକ ବଡ଼ ଘୋଷଣା,ସମସ୍ତଙ୍କୁ ମିଳିବ ଫ୍ରିରେ ଘର:-

ଆଜି ମଧ୍ୟପ୍ରଦେଶରେ ପାଞ୍ଚଲକ୍ଷରୁ ଅଧିକ ପିଏମଏୱାଇ-ଜି ହିତାଧିକାରୀଙ୍କ ଗୃହ ପ୍ରବେଶରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ପ୍ରତ୍ୟେକ ଅଭାବୀ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କର ଏହା ଆଉ ଏକ ବଡ଼ ପଦକ୍ଷେପ।ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦିନ ପ୍ରାୟ ସାଢ଼େ ବାରଟା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ମଧ୍ୟପ୍ରଦେଶରେ ପ୍ରାୟ 5 ଲକ୍ଷ 21 ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଆବାସ ଯୋଜନାର ଗୃହ ପ୍ରବେଶରେ ଭର୍ଚୁଆଲ ମାଧ୍ୟମରେ ଅଂଶ ଗ୍ରହଣ କରିବେ।

 

ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଅଛି। ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଅଭାବୀ ପରିବାରକୁ ପକକା ଘର ସହ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖିଛନ୍ତି।ଏ ଦିଗରେ ଏହା ଆଉ ଏକ ପଦକ୍ଷେପ। ଉତ୍ସବରେ ପାରମ୍ପରିକ ଶଙ୍ଖ, ପ୍ରଦୀପ, ଫୁଲ ଓ ରଙ୍ଗୋଲି ଇତ୍ୟାଦିର ମଧ୍ୟ ମଧ୍ୟପ୍ରଦେଶ ସାରା ନୂଆ ଘର ଗୁଡିକରେ ଆୟୋଜନ କରାଯାଇଛି ବୋଲି ସୂଚନା ମିଳିଛି।

 

 

 

 

Leave a Comment