ସଙ୍କଟ ରେ ଅପରାଜିତା ଙ୍କ ରାଜନୈତିକ କ୍ୟାରିଅର !

ସେ ଯେବେ ରାଜନୀତି ରେ ଯୋଗ ଦେଲେ ଏକ ବିସ୍ପୋରଣ ଘଟିଥିଲା , ଏପରିକି ବିଜେପି ର ଧର୍ମେନ୍ଦ୍ର ପ୍ରଧାନ ଙ୍କ ବଦଳରେ ଲୋକେ ତାଙ୍କୁ ପ୍ରମୁଖ ଦାବିଦାର କହିବାରେ ଲାଗିଲେ ଏବଂ ଆତ୍ମଘୋଷିତ ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବରେ ଲୋକଙ୍କ ମନରେ ଏକ ଭାବନା ସୃଷ୍ଟି ହେଲା I ସବୁଆଡେ ଧମାକାଦାର ପ୍ରଚାର କରି ବୋଧହୁଏ ଅପରାଜିତା ବି ଏହି ସଂକେତ ଦେଲେ ଯେ ଦଳର ସେ ହିଁ ଏକ ନୂଆ ଚର୍ଚିତ ଚେହେରା ଯିଏ କି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ସହିତ ଟକ୍କର ଦେଇପାରିବେ I

ତେବେ ଧର୍ମେନ୍ଦ୍ର ଅପରାଜିତା ତୁ ତୁ ମେ ମେ ଭିତିରିଆ ଚାଲିଥିଲେ ବି ଖୋଲାଖୋଲି ସବୁଆଡେ ଚର୍ଚା ହେଉଥିଲା ,ଉପ ନିର୍ବାଚନ ରେ ସବୁ ଜାଗାରେ ହାରିଥିଲା ବିଜେପି ,ଏପରିକି ପଂଚାୟତ ନିର୍ବାଚନ ସହିତ ପୌର ନିର୍ବାଚନ ରେ ବି ଚିଟ ପଟାଙ୍ଗ ମାରିଥିଲା ବିଜେପି I ପୌର ନିର୍ବାଚନ ରେ ମେୟର ପ୍ରାଥୀ ଭାବେ ଅଜଣା ମୁଁହ ଙ୍କୁ ଆଣିଥିଲେ ଅପରାଜିତା ଏବଂ ଏକ ପ୍ରେସ ମିଟ ରେ ଧର୍ମେନ୍ଦ୍ର ଙ୍କୁ ତାଙ୍କ ପ୍ରେରଣା ବୋଲି କହିଥିଲେ କିନ୍ତୁ ନିର୍ବାଚନ ହାରିବାର କିଛି ସମୟ ପରେ ସିଧାସଳଖ ଅପରାଜିତା ଦଳୀୟ ନେତୃତ୍ୱ ଉପରେ ଆଙ୍ଗୁଳି ଉଠାଇଥିଲେ I

ଦୁର୍ବଳ ନେତୃତ୍ୱ ପାଇଁ ଦଳ ହାରୁଥିବା ସଫେଇ ଦେଇଥିଲେ ଅପରାଜିତା I ଯାହାକୁ ନେଇ ଏବେ ସବୁଆଡେ ଚର୍ଚା I ଧର୍ମେନ୍ଦ୍ର ଏବଂ ଅପରାଜିତା ଙ୍କ ଭିତରେ ଖୋଲାଖୋଲି ଯୁଦ୍ଧ ଆରମ୍ଭ ହେଇଗଲା କି ? ଏପଟେ ସାଂସଦ ଭାବେ ଜିତିବା ପରେ ପ୍ରାଥୀ ପରାଜୟ ଅପରାଜିତା ଙ୍କ ପିଛା ଛାଡୁନଥିବା ବେଳେ ଏପଟେ ଧର୍ମେନ୍ଦ୍ର ଙ୍କ ସହିତ ଟକ୍କର I ତେବେ ଦେଖାଯାଉ ଆଗକୁ କଣ ହେଉଛି ? ଏନେଇ ବିଜେଡି ନେତା ତଥା ସାମ୍ବାଦିକ ସତ୍ୟ ଲେଖିଛନ୍ତି ଅପରାଜିତା ଏବଂ ବିଜୟ ମହାପାତ୍ର ଏକ ନୂଆ ଦଳ ଗଢି ପାରନ୍ତି I ତେବେ ଆପଣ କଣ ଭାବୁଛନ୍ତି ମତାମତ ଦେବେ Comment ରେ

Leave a Comment