+2 ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର,ଏହି ଜିନିଷ ପରିବର୍ତ୍ତନ କଥା କହିଲେ ଶିକ୍ଷାମନ୍ତ୍ରୀ ସମୀର ଦାସ:-

ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସବୁ ଶିକ୍ଷାନୁଷ୍ଠାନ ଓ ସ୍କୁଲ-କଲେଜ ପୂର୍ବଭଳି ଅଫଲାଥନ୍ କ୍ଲାସ ଓ ପରୀକ୍ଷା କରୁଛନ୍ତି। ଏହାରି ମଧ୍ୟରେ ଦ୍ୱାଦଶ ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀକୁ ନେଇ ବଡ଼ ଖବର ସମ୍ନାକୁ ଆସିଛି। ଦ୍ୱାଦଶ ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜାନ ଦାଶ ପ୍ରକାଶ କହିଛନ୍ତି। ପରୀକ୍ଷା ସୂଚୀରେ ପରିବର୍ତ୍ତନ ନେଇ ସିଏଚଏସଇକୁ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ନିର୍ଦ୍ଧାରିତ ପରୀକ୍ଷାସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସମୀର ଦାସ କହିଛନ୍ତି।

ଏହା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ପ୍ରସ୍ତୁତି ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ‘1586 କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ। 1148ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ।’ ତେବେ ବିଜ୍ଞାନ ପିଲାଙ୍କ ପରୀକ୍ଷାରେ କମ୍ ଦିନର ବ୍ୟବଧାନ ଥିଲା, ଯାହାକୁ ନେଇ ପିଲାଙ୍କ ମଧ୍ୟରେ ଅସନ୍ତୋଷ ଦେଖିଦେଇଥିଲା । ତେଣୁ ପରୀକ୍ଷା କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ପାଇଁ ସିଏଚଏସଇକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜନ ଦାଶ ।

Leave a Comment