ବଢ଼ିଲା ସମୁଦ୍ରର ଜଳସ୍ତର,ଜଲ୍ଦି ବୁଡିଯିବ ଏହି ସବୁ ସହର,ବୈଜ୍ଞାନିକ ମାନେ ଦେଲେ ସୂଚନା:-

ଆଣ୍ଟାର୍କଟିକାରେ କ୍ରମାଗତ ଭାବରେ ଉତ୍ତାପ ବୃଦ୍ଧି ପାଇ 40 ଡିଗ୍ରୀରେ ପହଞ୍ଚିଛି। ଯାହା ଅନେକ ଦେଶ ପାଇଁ ଭୟର କାରଣ ପାଲଟି ଯାଇଛି । ଆଣ୍ଟାର୍କଟିକାରେ ଦିଲ୍ଲୀ ଆକାରର ବଡ଼ ବରଫର ପାହାଡ଼ ତରଳିବା ସହିତ ସମୁଦ୍ରରେ ଜଳସ୍ତର ବଢ଼ିବାରେ ଲାଗିଛି। ଯେଉଁଥି ପାଇଁ ଭୂପୃଷ୍ଠ ଆଡ଼କୁ ସମୁଦ୍ର ଦ୍ରୁତ ଗତିରେ ମାଡ଼ି ଆସୁଛି । ସାରା ପୃଥିବୀରେ ମୋଟ 3 ଭାଗ ଜଳଭାଗ ଥିବା ବେଳେ ଏହା ଆହୁରି ବଢ଼ିବ । ପୃଥିବୀ ପୃଷ୍ଠରେ ପାନୀୟ ଜଳର ସମସ୍ୟା ଦେଖାଯିବ । ଏଭଳିକି କିଛି ଦେଶ ମଧ୍ୟ ବୁଡ଼ିଯିବ । ଜଳବାୟୁ ପରିବର୍ତ୍ତନ ଓ ଗ୍ଳୋବାଲ୍ ୱାର୍ମିଂକୁ ଏହାର ଏକ ମୁଖ୍ୟ କାରଣ ବୋଲି ବୈଜ୍ଞାନିକ ମାନେ କହୁଛନ୍ତି। ସମୁଦ୍ରରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ଉତ୍ତାପ ବୃଦ୍ଧି ପାଇବା ସହିତ କଠିନ ଏରୋସୋଲ୍ ଯୋଗୁଁ ଅଧିକ ଗ୍ୟାସ୍ ସୃଷ୍ଟି ହେବା ସମ୍ଭାବନା ଦେଖାଦେଇଛି। ଏହାଦ୍ୱାରା ସମୁଦ୍ରରୁ ବାୟୁମଣ୍ଡଳକୁ ଅଧିକ ଏରୋସୋଲ ନିର୍ଗତ ହେବ। ବାୟୁମଣ୍ଡଳରେ ଦ୍ରୁତ ଗତିରେ ଉତ୍ତାପ ବୃଦ୍ଧି ପାଇବ। ମିଚିଗାନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ପରୀକ୍ଷାରୁ ଏହି ବିପଦର ଖୁଲାସା କରିଛନ୍ତି। ବୈଜ୍ଞାନିକମାନେ ଆଣ୍ଟାର୍କଟିକା ବାୟୁମଣ୍ଡଳରୁ ଏରୋସୋଲ ସଂଗ୍ରହ କରି ପରୀକ୍ଷା କରିଥିଲେ । ଏରୋସୋଲ ଉପରେ କରାଯାଇଥିବା ଅଧ୍ୟୟନ ରିପୋର୍ଟ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ (PNAS)ରେ ପ୍ରକାଶ ପାଇଛି ।


ଦ୍ରୁତ ଗତିରେ ତରଳୁଥିବା ବରଫ ଯୋଗୁଁ ସାରା ଦୁନିଆ ଧ୍ୱଂସ ପାଇଯିବ ବୋଲି ବୈଜ୍ଞାନିକ କହିଛନ୍ତି। ଆଣ୍ଟାର୍କଟିକାରେ ବରଫ ତରଳିଗଲେ ତାପାମାତ୍ରା 60 ଡିଗ୍ରୀ ଯାଏ ବଢ଼ିଯିବ । ପୃଥିବୀରେ ପାନୀୟ ଜଳର ସଂକଟ ଦେଖାଦେବ । ପ୍ରାଚୀନ କାଳରୁ ଆଣ୍ଟାର୍କଟିକାରେ ବରଫର ପାହାଡ଼ ରହିଛି । ବର୍ତ୍ତମାନ ସୁଦ୍ଧା ସମୁଦ୍ରର ଜଳସ୍ତର 9 ଇଞ୍ଚ ପର୍ଯ୍ୟନ୍ତ ବଢ଼ିଯାଇଛି। ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଭାରତର ସମୁଦ୍ର ଉପକୂଳ ମୁମ୍ୱାଇ, ଗୁଜରାଟ, ତାମିଲନାଡୁ ଓ ବେଙ୍ଗାଲୁରୁ ପରି ଅନେକ ସହର ଜଳମଗ୍ନ ହୋଇଯିବ। ସେହିପରି ଭାବରେ ସମୁଦ୍ର ଭିତରୁ ଏରୋସୋଲଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିରେ ସମୁଦ୍ର ପକ୍ଷୀମାନଙ୍କର ମଳ ମଧ୍ୟ ମିଶି ରହିଛି । ଏହି ଜଳ ନିଷ୍କାସନରୁ ସମୁଦ୍ରରେ ଆମୋନିଆ ମାତ୍ରା ବୃଦ୍ଧି ପାଉଛି । ଏପରି ଭାବେ ଯଦି ଏୟାରସୋଲ ଦ୍ରୁତ ଗତିରେ ବଢ଼ିଚାଲିବ, ସମୟ ଆସିବ ବର୍ତ୍ତମାନ ଜଳୟବାୟୁ ଓ ଭବିଷ୍ୟତର ଜଳୟବାୟୁ ବିଷୟରେ ଅନୁମାନ ଲଗାଇବା କଷ୍ଟକର ହୋଇଯିବ । ଆର୍କଟିକ୍ ଅଞ୍ଚଳରେ ଦ୍ରୁତ ଗତିରେ ଉତ୍ତାପ ବୃଦ୍ଧି ପାଉଥିବା IPCC ରିପୋର୍ଟରେ ଦର୍ଶାଯାଇଛି ।


ବାୟୁମଣ୍ଡଳର ଉତ୍ତାପ 80 ପ୍ରତିଶତରେ ପହଞ୍ଚିବା ପରେ ଏରୋସୋଲ୍ କଣିକା ତରଳିବା ଆରମ୍ଭ କରେ । ଏରୋସୋଲ ମାର୍ବଲ କଣିକାର ଆକାର ମିଶ୍ର ଓ ବାୟୁମଣ୍ଡଳର ପ୍ରକୃତି ପାଇଁ ଜଳବାୟୁ ପରିବର୍ତ୍ତନ ହେବାର ଆଶଙ୍କା ଅଧିକ ରହିଛି । ଆଗରୁ ସମୁଦ୍ର ତଟରୁ ବରଫ ମିଳିଯାଉଥିଲା। ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ପାଇଁ ଆଉ କୂଳରୁ ବରଫ ମିଳିବା ଅସମ୍ଭବ ହୋଇପଡ଼ିଛି । ଆଣ୍ଟାର୍କଟିକା ମନୁଷ୍ୟ ଜୀବନ ପାଇଁ ଅତି ଜରୁରୀ ଅଟେ । ଯଦି ଆଣ୍ଟାର୍କଟିକା ଧ୍ୱଂସ ହୋଇଯିବ, ତେବେ ସାରା ଦୁନିଆ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି ।

 

Leave a Comment