୨ଦିନ ତଳେ ଦୁର୍ବଳ ବିଜେପି ନେତୃତ୍ୱ କହିଥିବା ଅପରାଜିତା ମୁଖ୍ୟମନ୍ତ୍ରୀ ଙ୍କୁ କଲେ ସ୍ଵାକ୍ଷତ ! ଜାଣନ୍ତୁ କାହିଁକି

ପଲ୍ଲୀ ଠୁ ଦିଲ୍ଲୀ ଏବେ ଗୋଟିଏ ଚର୍ଚା ଅପରାଜିତା ଙ୍କୁ ନେଇକି I ନିକଟରେ ବିଜେପି ର ପରାଜୟ ପରେ ଗଣମାଧ୍ୟମ ସାମ୍ନା ରେ ସିଧାସଳଖ ବିଜେପି ର ଦୁର୍ବଳ ନେତୃତ୍ୱ ପାଇଁ ବାରମ୍ବାର ଦଳ ହାରୁଥିବା ଅପରାଜିତା କହିଥିବା ବେଳେ ଏବେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ଭୁବନେଶ୍ୱର ସାଂସଦ I ଯାହାକୁ ନେଇ ରାଜନୈତିକ ମହଲ ରେ ଚର୍ଚା I ଓଡ଼ିଶାରେ ସବୁବେଳେ ନବୀନ ଙ୍କୁ ସମାଲୋଚନା କରୁଥିବା ଅପରାଜିତା କାହିଁକି ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କଲେ I

ତେବେ ଏନେଇ ଖୋଦ ଅପରାଜିତା ମୁଁହ ଖୋଲିଛନ୍ତି ,ନିଜେ ଟ୍ୱିଟ କରି ଲେଖିଛନ୍ତି କି ସଂସ୍କାର ଦୃଷ୍ଟି ରୁ ସେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିଛନ୍ତି I ଦଳଗତ ବ୍ୟକ୍ତିଗତ ରାଜନୈତିକ ମତ ପାର୍ଥକ୍ୟ ହୁଏତ ଥାଇପାରେ କିନ୍ତୁ ସର୍ବନିମ୍ନ ସୌଜନ୍ୟ ପ୍ରଦର୍ଶନ କରିବାକୁ ଭୁଲିଯିବା ଉଚିତ୍ ନୁହେଁ ।

ତେବେ ଅପରାଜିତା ଙ୍କ ଏହି ସଂସ୍କାର ସାକ୍ଷାତ ଏବେ ରାଜନୀତି ରେ ବେଶ ରୋଚକ ଚର୍ଚା ଧରିଛି I

 

Leave a Comment