ବିଦ୍ୟୁତ କର୍ମଚାରୀ ଙ୍କୁ ଆକ୍ରମଣ ପଡିଲା ମହଙ୍ଗା ,ଘରୁ ଉଠାଇ ଆଣିଲା ପୋଲିସ୍

ଅନୁଗୁଳ :(ବଅଁରପାଳ ) ,30/03/2022 : ବିଦ୍ୟୁତ କର୍ମଚାରୀ ଙ୍କୁ ଆକ୍ରମଣ ପଡିଛି ମହଙ୍ଗା ଘରୁ ଉଠେଇ ଆଣିଛି ପୋଲିସ I ସୂଚନା ଥାଉ କି ବଅଁରପାଳ ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମରେ ବିଦ୍ୟୁତ୍ ବିଭାଗୀୟ କର୍ମଚାରୀ ମାନେ ବକେୟା ବିଦ୍ୟୁତ ଶୁଳ୍କ ଆଦାୟ କରିବା ପାଇଁ ଯାଇଥିବା ବେଳେ ସେହି ଭାଗବତପୁର ଗ୍ରାମର ଅଦ ପରିଡା, ପିତା –ନରେନ୍ଦ୍ର ପରିଡା ବକେୟା ବିଦ୍ୟୁତ୍ ଶୁକ୍ଳ ମାଗିବାରୁ ବିଦ୍ୟୁତ୍ କର୍ମଚାରୀ ଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ I ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ ପରେ ଥାନା ତରଫରୁ IPC 341,294 323 427 506 ରେ ମାମଲା ରୁଜୁ କରାଯାଇଥିଲା I ତେବେ ଏତଲା ପରେ ଅଦ ଫେରାର ହେଇଯାଇଥିଲା ବେଳେ ଆଜି ପୋଲିସ ତାଙ୍କୁ ସକାଳୁ ଗିରଫ କରିଛି I

Leave a Comment