ଏହି ଚାଷୀ ଭଡାରେ ଆଣିଲେ ଭାଲୁ,ଦେଉଛନ୍ତି ଏତିକି ଟଙ୍କା,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ:-

ବନ୍ଧୁଗଣ ଆପଣ ମାନେ ଗଧ, ଘୋଡା ଓ ହାତୀ ଭଡାରେ ଲାଗିଥାନ୍ତି ଜାଣିଥିବେ। ହେଲେ ଆପଣ କେବେ ଜାଣିଛନ୍ତି କି କେହି ଭାଲୁକୁ ଭଡାରେ ନିଅନ୍ତି । ହଁ ଏବେ ଭାଲୁ ବି ଭଡାରେ ଲାଗିଥାନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ କି ଭାଲୁକୁ ଭଡାରେ ନେଇ କିଏ ବା କଣ କରିବ । ତେବେ ଜାଣନ୍ତୁ ଭାଲୁକୁ ଜଣେ ଚାଷୀ ଭଡାରେ ନେଇ କେଉଁ କାମରେ ଲଗାଇଛନ୍ତି ।ଚାଷୀମାନଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ମାଙ୍କଡ ଓ ଅନ୍ୟ କିଛି ଜଙ୍ଗଲୀ ଜନ୍ତୁ । ଯେଉଁମାନେ କି ଚାଷୀର ଫସଲକୁ ସମ୍ପୂର୍ଣ୍ଣ ଉଜାଡି ଦେଇଥାନ୍ତି । ଏଥିରୁ ରକ୍ଷା ପାଇବାକୁ ଚାଷୀମାନେ ଯେତେ ଉପାୟ କଲେ ବି ମାଙ୍କଡ ଓ ଜଙ୍ଗଲ ଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ଏତେ ସହଜ କଥା ନୁହେଁ । ଏସବୁ ଭିତରେ ଜଣେ ଚାଷୀ ଉପାୟ ବାହାର କରିଛନ୍ତି।

ସୂଚନା ମୁତାବକ ତେଲେଙ୍ଗାନାର ଜଣେ ଚାଷୀ ନିଜ ଫସଲକୁ ଜଙ୍ଗଲୀ ଜନ୍ତୁଙ୍କ ଠାରୁ ରକ୍ଷା କରିବାକୁ ସବୁଠାରୁ ନିଆରା ଯୋଗାଡ କରିଛନ୍ତି। ଏଥିପାଇଁ ସେ ଏକ ଭାଲୁକୁ ଭଡାରେ ଆଣିଛନ୍ତି। ବାସ୍ତବରେ ଚାଷୀ ଜଣଙ୍କ ଭଡାରେ ଆଣିଥିବା ଭାଲୁ ଟି ପ୍ରକୃତରେ ଭାଲୁ ନୁହେଁ। ବରଂ ଏହା ଜଣେ ମଣିଷ । ଚାଷୀ ଜଣଙ୍କ ଉକ୍ତ ଲୋକକୁ ଭାଲୁ ବେଶରେ ସଜାଇ ନିଜ କ୍ଷେତ୍ରରେ ପ୍ରତିଦିନ ବୁଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଣିଷଟି ଏଭଳି ଭାଲୁ ବେଶରେ କ୍ଷେତରେ ବୁଲିବା ଦ୍ୱାରା ଜଙ୍ଗଲୀ ଜନ୍ତୁମାନେ ଭୟରେ କ୍ଷେତ ନିକଟକୁ ଆସୁ ନାହାଁନ୍ତି ।ଏନେଇ ସଂପୃକ୍ତ ଚାଷୀ ଭାସ୍କର ରେଡ୍ଡୀ କହିଛନ୍ତି କି ଏଭଳି ଭାବେ ଜଣେ ଲୋକକୁ ଭାଲୁ ବେଶରେ ସଜାଇ କ୍ଷେତରେ ବୁଲାଇବାକୁ ତାଙ୍କୁ ଦୈନିକ 500 ଟଙ୍କା ଦେବାକୁ ପଡୁଛି ଜାହାଦ୍ୱାର ବିଲକୁ କୌଣସି ପଶୁ ଆସୁ ନାହାଁନ୍ତି।

Leave a Comment