ଏହି 15 ଦିନ ବନ୍ଦ ରହିବ ବ୍ୟାଙ୍କ,ଜଲ୍ଦି ସାରି ଦିଅନ୍ତୁ ସବୁ ବ୍ୟାଙ୍କ କାମ:-

ପ୍ରତିଦିନ ଆମର ଯେମିତି ହେଲେ କୌଣସି ନା କୌଣସି କାମ ବ୍ୟାଙ୍କ ରେ ରହିଥାଏ। ଯଦି ଲଗାତାର ବ୍ୟାଙ୍କ ବନ୍ଦ ରହିବ ତେବେ ଆପଣ ମାନେ କଣ କରିବେ,ଏହି ପରି ହେବାକୁ ଯାଉଛି,ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ। ଆସନ୍ତା ଏପ୍ରିଲ ମାସରେ ପ୍ରାୟ 15 ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ମାସରେ ଗୁଡି ପଡୱା, ସରହୁଲ ଓ ବୈଶାଖୀ ପରି ପର୍ବ ପଡୁଥିବା ବେଳେ ଏକାଧିକ ଜୟନ୍ତୀ ମଧ୍ୟ ପଡୁଛି । ଏହି କାରଣରୁ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଏହି ମାସରେ ଅଧାଦିନ ଛୁଟି ମିଳିବ। ତେବେ ଗ୍ରାହକ ମାନଙ୍କୁ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଯଦି ଆପଣଙ୍କ ବ୍ୟାଙ୍କ ବ୍ରାଞ୍ଚରେ କିଛି ବି କାମ ଥାଏ ତେବେ ତାହା ଆପଣ ଆଜି ହିଁ ପୁରା କରି ନିଅନ୍ତୁ। ଆରବିଆଇ ପକ୍ଷରୁ ଦିଆଯାଇଥିବା ଛୁଟି ଲିଷ୍ଟ ଅନୁଯାୟୀ ଜାଣନ୍ତୁ ଛୁଟିର ସମ୍ପୂର୍ଣ୍ଣ ତାଲିକା ।

 

ଏପ୍ରିଲ୍ 1 – ବ୍ୟାଙ୍କ ଆକାଉଣ୍ଟଗୁଡିକର ଆନୁଆଲ କ୍ଲୋଜିଂ – ପ୍ରାୟ ସମସ୍ତ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ

 

 

ଏପ୍ରିଲ 2- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ।

 

 

ଏପ୍ରିଲ 3- ରବିବାର।

 

ଏପ୍ରିଲ 4- ସରିହୁଲ- ରାଞ୍ଚିରେ ବ୍ୟାଙ୍କ ବନ୍ଦ।

 

ଏପ୍ରିଲ 5- ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ- ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ।

 

ଏପ୍ରିଲ 9- ଶନିବାର (ମାସର ଦ୍ଵିତୀୟ ଶନିବାର)

 

ଏପ୍ରିଲ 10- ରବିବାର।

 

ଏପ୍ରିଲ 14- ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

 

 

ଏପ୍ରିଲ 15- ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।

 

ଏପ୍ରିଲ 16- ବୋହାଗ ବିୟୁ- ଗୌହାଟୀରେ ବ୍ୟାଙ୍କ ବନ୍ଦ।

 

ଏପ୍ରିଲ 17- ରବିବାର

 

ଏପ୍ରିଲ 21- ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ।

 

ଏପ୍ରିଲ 23- ଶନିବାର(ମାସର ଚତୁର୍ଥ ଶନିବାର)।

 

ଏପ୍ରିଲ 24- ରବିବାର।

 

ଏପ୍ରିଲ 29- ଶବ ଇ କଦ/ଜୁମାତ-ଉଲ-ବିଦା, ଜମ୍ମୁ ଓ କଶ୍ମୀରରେ ବ୍ୟାଙ୍କ ବନ୍ଦ।

 

 

 

 

Leave a Comment