ସବୁଠାରୁ ଶକ୍ତିଶାଳୀ ତାଲିକାରେ ସ୍ଥାନ ପାଇଲେ 7 ଓଡ଼ିଆ

ଇଣ୍ଡିଆନ୍ ଏକ୍ସପ୍ରେସ୍ ତରଫରୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଶହେ ଭାରତୀୟଙ୍କ ତାଲିକା ପ୍ରକାଶ ପାଇଅଛି। ଯେଉଁଥିରେ ଏକ ନମ୍ବର ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଛନ୍ତି। 18 ନଂରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ 33 ନମ୍ବରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ରହିଅଛି । ଶହେ ଜଣିଆ ସବୁଠୁ ଶକ୍ତିଶାଳୀ ତାଲିକାରେ ଟପ୍ 6 ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।  ଦ୍ଵିତୀୟ ସ୍ଥାନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ,  ତୃତୀୟ ସ୍ଥାନରେ ରାଷ୍ଟ୍ର ସ୍ଵୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ,  ଚତୁର୍ଥ ସ୍ଥାନରେ ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡା ଓ ପଞ୍ଚମ ସ୍ଥାନରେ ମୁକେଶ ଅମ୍ବାନି ଓ ଷଷ୍ଠ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନାଁ ରହିଅଛି ।


ସେହିପରି ସପ୍ତମ ସ୍ଥାନରେ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ, ଅଷ୍ଟମ ସ୍ଥାନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ନବମ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଦଶମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ଶୀଥାରମଣଙ୍କ ନାଁ ରହିଛି । 11 ତମ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, 12 ତମ ସ୍ଥାନରେ ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ ଏନଭି ରମଣାଙ୍କ ନାଁ ରହିଛି । ଏହି ଲିଷ୍ଟରେ 7 ଜଣଙ୍କ ଓଡ଼ିଆଙ୍କ ନାଁ ରହିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ସ୍ଥାନ 21 ନମ୍ବର ରହିଥିବାବେଳେ କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସ୍ଥାନ 49 ନମ୍ବର ରହିଛି ।

 

 

Leave a Comment