ଆଉ 6 ମାସ ମିଳିବ ମାଗଣା ଚାଉଳ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତି :-

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଆମ ପ୍ରିୟର ମୁଖ୍ୟମନ୍ତ୍ରୀ ଆମ ପାଇଁ କେତେ କଣ ସୁବିଧା କରିଛନ୍ତି। ରାସ୍ତା ଘାଟ ଠାରୁ ଆରମ୍ଭ କରି,ପାନୀୟ ଜଳ କୃଷକଙ୍କ ପାଇଁ ସହାୟତା ର ହାତ ବଢ଼େଇବା ଠାରୁ ଆରମ୍ଭ କରି ସବୁ ଦୁଃଖ ସୁଖରେ ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ଆମ ସହ ଛିଡା ହୋଇଛନ୍ତି,ଆମ ଗାଁ ର ବିକାଶ ପଛରେ ହଉ ବ ଆମ ସହର ବିକାଶ ପଛରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆମ ସହ ସଦାବେଳେ ଛିଡା ହୋଇଛନ୍ତି। ସେହିପରି ଆଜି ମଧ୍ୟ ଆମ ପ୍ରିୟର ମୁଖ୍ୟମନ୍ତ୍ରୀ ଆଉ ଏକ ଜନ ହିତକାରୀ ନିଷ୍ପତ୍ତି ନେଇଛନ୍ତି ତେବେ ଚାଲନ୍ତୁ ଜାଣିବା କଁ ତାହା।


ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ 6 ମାସ ପାଇଁ ମିଳିବାକୁ ଯାଉଛି ଅତିରିକ୍ତ ମାଗଣା ଚାଉଳ। 6 ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ 5 କେଜି ମାଗଣା ଚାଉଳ ମିଳିବ। ହିତାଧିକାରୀଙ୍କୁ ପ୍ରତିମାସରେ ଅତିରିକ୍ତ 5 କେଜି ଚାଉଳ ମାଗଣା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଯୋଗୁଁ ରାଜ୍ୟରେ ପ୍ରାୟ 8 ଲକ୍ଷ 9 ହଜାର ହିତାଧିକାରୀ ଉପକୃତ ହେବେ । ମାଗଣା ଅତିରିକ୍ତ ଚାଉଳ ଯୋଗୁଁ ପ୍ରାୟ 91 କୋଟି 70 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି ।

Leave a Comment