ଦେଖନ୍ତୁ ଭୟଙ୍କର ରୋଗ – ଛୋଟ ଝିଅ ମୁହଁରେ ଉଠିଲା ଗଛ,ଟିକେ ସାବଧାନ ରୁହନ୍ତୁ:-

ମଣିଷ ଜୀଵନ ବହୁତ ମୋଡ଼ଦେଇ ଗତି କରିଥାଏ ଆଉ ପ୍ରତିଦିନ ଅନେକ ପରିସ୍ଥିତି ର ସାମ୍ନା ବି କରିବାକୁ ପଡିଥାଏ।କିନ୍ତୁ ଯେବେଠୁ ବିଜ୍ଞାନ ର ଉନ୍ନତି ହେଲାଣି ସେବେଠୁ ଆମକୁ ସବୁକିଛି ସହଜ ଓ ସୁବିଧାରେ ମିଳିପାରୁଛି। ତେବେ ଆଜିର ଆଧୁନିକତା ଭିତରେ ଆମେ ଏମିତି କିଛି ଅଦ୍ଭୁତ ଜିନିଷ ଦେଖିବାକୁ ପାଉଛି ଯାହା କେବେ ସ୍ୱପ୍ନରେ ବି କେହି ଭାବି ନଥିବେ। ଯେପରି ଆମେ ଗୋଟିଏ ଗୋଟିଏ ଅସମ୍ଭବ କୁ ସମ୍ଭବ କରିବାରେ ଲାଗୁଛୁ ସେମିତି ଆମ ପାଖରେ ନୂଆ ନୂଆ ସମସ୍ୟା ଆସି ପହଂଚିଯାଉଛି। ପ୍ରାୟତଃ ମେଡିକାଲ କେସ ଗୁଡିକରେ ଏମିତି ଅଦ୍ଭୁତ ଜିନିଷ ଗୁଡିକ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମେ ପ୍ରତିଦିନ ସୋସିଆଲ ମେଡ଼ିଆରେ ଅନେକ ଆଶ୍ଚର୍ଯ୍ୟ କର ଘଟଣା ଗୁଡିକ ଦେଖିବାକୁପାଉଛୁ। ମାତ୍ର ଆଜିକାଲି ଶାରୀରିକ ସମସ୍ୟା ଅଧିକା ଦେଖିବାକୁ ମିଳୁଛି ଯେପରି ମଣିଷ ଶରୀରର ଗଠନରେ କିଛି ଭିନ୍ନତା ଆଉ ଏମିତି ଅଚିହ୍ନା ରୋଗ ଯାହା କେହି ଆଗରୁ ଜାଣି ନଥିଲେ । ଆଉ ଏହି ସବୁ କ୍ଷେତ୍ରରେ ଡାକ୍ତର ମାନଙ୍କୁ ରୋଗ ଚିନ୍ହି ତାର ଚିକିତ୍ସା କରିବାକୁ ବହୁତ କଷ୍ଟ ହେଉଛି । ତେବେ ବନ୍ଧୁମାନେ ଏମିତି ଗୋଟିଏ ଅଦ୍ଭୁତ ରୋଗ ଦେଖିବାକୁ ମିଳିଛି ଯେଉଁଥିରେ ମଣିଷ ଶରୀରରେ ଗଛ ଉଠି ଯାଇଛି ।ହଁ ବନ୍ଧୁମାନେ ଶୁଣିକି ଲାଗୁଛିନା ଏହା କିପରି ସମ୍ଭବ ମାତ୍ର ଏହି କଥାଟି ସତ, ତେବେ ଆସନ୍ତୁ ଜାଣିବା ଘଟଣା ପ୍ରକୃତରେ କଣ ।

ବନ୍ଧୁମାନେ ଜାଣି ଆଶ୍ଚର୍ଯ୍ୟ ହେବେ “ଟ୍ରି ମେନ” ନାମକ ଗୋଟିଏ ରୋଗ ଦେଖିବାକୁ ମିଳିଛି ଆମ ପୋଡ଼ଶୀ ଦେଶ ବାଂଲାଦେଶ ରେ ।ଏହି ରୋଗରେ ସେଠାକାର ଜଣେ ବ୍ଋକ୍ଷ ନାମକ ମହିଳାଙ୍କ ଶରୀରରେ ଗଛ ଭଳି କଣ ବହରୁଥିବାର ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ ବାଂଲାଦେଶର ଗୋଟିଏ ଗାଁ ର ମହମ୍ମଦ ଶାହଜାନ ନାମକ ଜଣେ ଦିନ ମଜୁରିଆଙ୍କ ଝିଅ ସୁହାନା ଖାତୁନ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଯାହାର ପ୍ରଭାବରେ ତାଙ୍କ ଶରୀରର ବିଭିନ୍ନ ଜାଗାରେ ଗଛ ଓ ଶାଖା ପ୍ରଶାଖା ସବୁ ବାହାରିବାର ଦେଖିବାକୁ ମିଳିଥିଲା । ଗତ ଚାରି ମାସ ଆଗରୁ ଏମିତି ସବୁ ତାଙ୍କ ଶରୀରରେ ବାହାରିବା ଆରମ୍ଭ ହେଇଥିଲା । ଏହା ଦେଖି ମହମ୍ମଦ ଶାହଜାନ ତାଙ୍କ ଗ୍ରାମର ଜଣେ ଡାକ୍ତରଙ୍କୁ ଦେଖିଥିଲେ ମାତ୍ର ଦୁଃଖର କଥା ରୋଗଟି କମିବା ଜାଗାରେ ଦିନକୁ ଦିନ ବଡିବାରେ ଲାଗିଥିଲା । ତେଣୁ ଝିଅର ବାପା ତାର ଚିକିତ୍ସା ପାଇଁ ଝିଅକୁ ନେଇ ବଡ଼ ହସ୍ପିଟାଲ ଯାଇଥିଲେ ଆଉ ସେଠାରେ ବଡ଼ ଡାକ୍ତରଙ୍କୁ ଦେଖେଇଥିଲେ। ଏବେ ପିଲାଟିର ଚିକିତ୍ସା ସେହି ବଡ଼ ହସ୍ପିଟାଲରେ ହେଉଛି,ତେବେ ଝିଅର ମାଆ ନଥିବାରୁ ଝିଅର ଯତ୍ନ ନେବାକୁ କେହିନାହାନ୍ତି। ତେବେ ଡାକ୍ତରଙ୍କ ମତ ଅନୁସାରେ ଏହି ରୋଗ ନୂଆ ନୁହଁ ଆଗରୁ ଆହୁରି ବହୁତ ଜଣ ଏହି ରୋଗରେ ପୀଡ଼ିତ ହୋଇଛନ୍ତି କିନ୍ତି ବାଂଲାଦେଶ ରେ ସୁହାନା ହେଉଛନ୍ତି ପ୍ରଥମ ଯାହାଙ୍କୁ ଏହି ରୋଗ ହେଇଛି ।

Leave a Comment