ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବୋମାରେ ଉଡାଇ ଦେବୁ,ମିଳିଲା ହତ୍ୟା ଧମକ,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ପ୍ରିୟ ବନ୍ଧୁଗଣ ଆମ ପ୍ରିୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବାକୁ ଜଣେ ଅଜଣା ବ୍ୟକ୍ତି ଧମକ ଦେଇଥିବା ନେଇ ସୂଚନା ମିଳିଛି। ଏ ନେଇ ଏକ ଧମକପୂର୍ଣ୍ଣ ଇ-ମେଲ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିମାନଙ୍କ ହସ୍ତଗତ ହୋଇଛି। ଏହି ଧମକ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ବଢାଇଦିଆଯିବା ସହ ଇ-ମେଲର ଉତ୍ସ ଖୋଜାଯାଉଛି। ଏହାର ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି। ଏହି ଇ-ମେଲରେ ଉକ୍ତ ବ୍ୟକ୍ତି କହିଛି ଯେ ତା ପାଖରେ ସେ 20 KG ଆରଡିଏକ୍ସ ରଖିଛି। ଦେଶର 20ଟି ବଡ଼ ସହରରେ ଏସବୁ ବିସ୍ଫୋରକ ଖଞ୍ଜା ଯାଇଛି। ସେସବୁ ସହରରେ ବିସ୍ଫୋରଣ କରି ପ୍ରାୟ 2 କୋଟି ଲୋକଙ୍କୁ ହତ୍ୟା କରାଯିବ । ଏଥିପାଇଁ ଗତ ଫେବ୍ରୁଆରି 28ରୁ ସେ ସ୍ଲିପର ସେଲକୁ ସକ୍ରିୟ କରିସାରିଛି। ସେ ଆହୁରି ମଧ୍ୟ କହିଛି ମୋଦୀ ତା’ଜୀବନକୁ ନଷ୍ଟ କରିଦେଇଛନ୍ତି, ଏଣୁ ସେ ମୋଦୀଙ୍କୁ ହତ୍ୟା କରି ତାର ପ୍ରତିଶୋଧ ନେବ ।


ସେ ଅଚିହ୍ନା ବ୍ୟକ୍ତି କହିଛି ଯେ, ସେ କେତେକ ଆତଙ୍କବାଦୀଙ୍କୁ ଭେଟିଛି ଓ ସେମାନଙ୍କଠାରୁ 20 କିଲୋଗ୍ରାମ ଆରଡ଼ିଏକ୍ସ ସଂଗ୍ରହ କରିଛି। ଏସବୁ ବିସ୍ଫୋରକ ରଖିଥିବାରୁ ସେ ମଧ୍ୟ ଆନନ୍ଦ ପ୍ରକାଶ କରିଛି। ସୁରକ୍ଷା ବଳଙ୍କୁ ଚ୍ୟାଲେଞ୍ଜ କରି ସେ ଲେଖିଛି ଯେ ଯଦି ତାକୁ ପାରିବେ ତାକୁ ଅଟକାଇ ଦେଖାନ୍ତୁ। କିନ୍ତୁ ସବୁ ସ୍ଥାନରେ ଆକ୍ରମଣ ଯୋଜନା କରାଯାଇଅଛି।

 

Leave a Comment