ସୁମିତ-ତପସ୍ୱନୀଙ୍କୁ ନେଇ ଆସିଲା ଆଉ ଏକ ବଡ଼ ଖବର, ପାରିବାରିକ ବିବାଦ ମାମଲାର ହେବ ଶୁଣାଣି,ହୋଇପାରନ୍ତି ଏକାଠି!

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୁମିତ ଓ ତପସ୍ୱିନୀ କେସେ କେତେ ନୂତନ ମୋଡ଼ ନେଉଛି। କେତେବେଳେ ସେମାନେ ଏକାଠି ତା କେତେବେଳେ ଅଲଗା କିନ୍ତୁ କିଛି ସମାଧାନର ବାଟ ବାହାରି ପାରୁନାହିଁ କିନ୍ତୁ ପୁଣି ଏହା ଏକ ନୂତନ ମୋଡ଼ ନେଇଛି।ତେବେ ଚଳାନ୍ତୁ ଜାଣିବା କଁ ଘଟିଛି। ବ୍ରହ୍ମପୁରରେ ସୁମିତ ଓ ତପସ୍ବନୀର ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ଏ.କେ. ମହାପାତ୍ରଙ୍କ ଇଜିଲାସ ଏହାର ଶୁଣାଣି କରି ଆସନ୍ତା ଏପ୍ରିଲ୍‌ 9 ତାରିଖରେ ଉଭୟ ସୁମିତ-ତପସ୍ୱିନୀଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ କହିଛନ୍ତି। ହାଜର ପରେ ଏହି ମାମଲାରେ ମଧ୍ୟସ୍ଥତା କେନ୍ଦ୍ର ଏକ ରିପୋର୍ଟ ଦାଖଲ କରିବେ। ତପସ୍ୱିନୀଙ୍କୁ ରହିବା ଲାଗି ସୁମିତ ସାହୁ ନେଇଥିବା ଭଡ଼ା ଘରର ଭିଡଇଓ କ୍ଲି୍‌ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏଥି ସହିତ ସୁମିତ ସରକାରୀ କ୍ୱାର୍ଟର ନେଇଛନ୍ତି କି ନାହିଁ ସେ ନେଇ ସେ ସମ୍ପର୍କରେ ମଧ୍ୟ ସତ୍ୟପାଠ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମଧ୍ୟସ୍ଥତା କେନ୍ଦ୍ର ରିପୋର୍ଟ ଆଧାରରେ ଆସନ୍ତା ଏପ୍ରିଲ୍‌ 13 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଅଦାଲତ ତାଙ୍କ ଆଦେଶରେ ଉଲ୍ଲେଖ କରିଛନ୍ତି।

Leave a Comment