36 ଘଣ୍ଟିଆ ଜାରି ରହିବ ଲକ୍‌ଡାଉନ,ସରକାରଙ୍କ ବଡ଼ ଘୋଷଣା:-

ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଆମେ ଏକ ବଡ଼ ଖବର ନେଇ ଆସିଛୁ ତେବେ ଚଳାନ୍ତୁ ସେ ବିଷୟରେ ଜାଣିବା। ଶ୍ରୀଲଙ୍କାରେ 36 ଘଣ୍ଟିଆ ଲକ୍‌ଡାଉନ ଘୋଷଣା ହୋଇଛି । ଗତକାଲି ସକାଳ 6ଟାରୁ ଲକ୍‌ଡାଉନ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ୍ ସୋମବାର ସକାଳ 6ଟା ଯାଏଁ ଏହା ବଳବତ୍ତର ରହିବ ।

ଶ୍ରୀଲଙ୍କାର କଲମ୍ବୋ ସମେତ ସାରା ଦେଶରେ ତେଜୁଥିବା ସରକାର ବିରୋଧୀ ଆନ୍ଦୋଳନ ଏବଂ ଏହାକୁ ନେଇ ଘଟୁଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏହି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଆନ୍ଦୋଳନକାରୀଙ୍କୁ ଦମନ ଲାଗି ପୋଲିସକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି ।

 

ଶ୍ରୀଲଙ୍କାରେ ଦିନକୁ ଦିନ ସ୍ଥିତି ଜଟିଳ ହେଉଛି । ଦେଶରେ ଖାଦ୍ୟ, ଔଷଧ ଓ ପେଟ୍ରୋଲର ଘୋର ଅଭାବ ଦେଖାଦେଇଛି। ବିଜୁଳି ସଙ୍କଟ ଦେଖାଦେବାରୁ ଅନେକ ସହରରେ ପ୍ରତିଦିନ 12 ଘଣ୍ଟା ବିଦ୍ୟୁତ କାଟ କରାଯାଉଛି। ଶ୍ରୀଲଙ୍କା ବାସିନ୍ଦା ଘୋର ଅନ୍ଧାରରେ ରହିଥିବାବେଳେ ସାର୍ବଜନୀନ ପରିବହନ ସେବା ମଧ୍ୟ ଠପ୍ ହୋଇଯାଇଛି ।

ଅନ୍ୟପକ୍ଷେ, ଶ୍ରୀଲଙ୍କାରେ ଏପ୍ରିଲ 1 ରୁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା । ଲାଗୁ ନେଇ ରାଷ୍ଟ୍ରପତି ଗୋଟବାୟାଙ୍କ ଗେଜେଟ୍ ସ୍ୱାକ୍ଷର କରିଥିଲେ। ଜରୁରୀ ପରିସ୍ଥିତି ଘୋଷଣା କରି ସବୁ କ୍ଷମତା ରାଷ୍ଟ୍ରପତି ହାତକୁ ନିଆଯାଇଥିଲା ।ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଉତ୍କଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ଅନେକ ସ୍ଥାନରେ ଲୋକେ ସରକାର ବିପକ୍ଷରେ ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଛନ୍ତି । ଏହାସହ ଅନେକ ସ୍ଥାନରେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଛି । ବିକ୍ଷୋଭ ଓ ଆର୍ଥିକ ସଂକଟ ଯୋଗୁଁ ଦେଶରେ ଖାଦ୍ୟ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି । ଯାହାକୁ ନେଇ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

 

Leave a Comment