ବଦଳିବ ରାଜ୍ୟ ବିଜେପି ସମ୍ବିତ ଧରିବେ ରାଜ୍ୟ ବିଜେପି ମଙ୍ଗ ! ବିଷ୍ଣୁ ବିରୋଧୀ ଦଳ ନେତା ? ବିଜୟ କୋଣଠେସା !

ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ରେ ବିଜେପି ର ଚିଟ ପଟାଙ୍ଗ ପରେ ରାଜ୍ୟ ବିଜେପି ନେତୃତ୍ୱ ଦୁର୍ବଳ ବୋଲି ସିଧାସଳଖ ପଗଣମାଧ୍ୟମ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିବା ପରେ ରାଜ୍ୟ ରାଜନୀତି ରେ ଜୋରଦାର ଚର୍ଚା I ସେହିଭଳି ଦିଲ୍ଲୀରେ ପ୍ରଧାନ ମନ୍ତ୍ରୀ ଏବଂ ନଡ୍ଡା ଙ୍କୁ ମଧ୍ୟ ଅପରାଜିତା ଏନେଇ କହିଥିବା ଗଣମାଧ୍ୟମ ରେ ଚର୍ଚା ହେଉଛି I କିଛିଦିନ ଧରି ଦିଲ୍ଲୀରେ ରାଜ୍ୟ ବିଜେପି ର ବିଧାୟକ ମାନେ ଡେରା ପକାଇ ଓଡିଶା ଫେରିଥିବା ବେଳେ , ଏବେ ଓଡିଶା ରାଜ୍ୟ ବିଜେପି ର ଆମୁଳ ଚୁଳ ପରିବର୍ତନ ହେବାକୁ ଯାଉଛି ବୋଲି ଇସାରା ଇସାରା ରେ ସଂକେତ ମିଳିଲାଣି I

ଚର୍ଚା ହେଉଛି ରାଜ୍ୟ ବିଜେପି ରେ ବିରୋଧୀ ଦଳ ନେତା ଙ୍କ ଶରୀର ଅସୁସ୍ଥ ହେଇଥିବାରୁ ତାଙ୍କ ସ୍ଥାନରେ ବିଷ୍ଣୁ ସେଠି ହେଇପାରନ୍ତି ଏବଂ ଓଡିଶା ବିଜେପି ମଙ୍ଗ ଧରିବେ ସମ୍ବିତ ପାତ୍ର I ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବରେ ଧର୍ମେନ୍ଦ୍ର ଙ୍କୁ ଉପସ୍ଥାପନ କରାଯିବ I ସୂଚନା ଥାଉ କି ପୁରୀ ରୁ ଲୋକସଭା ଆସନ ରେ ବିଜେଡି ସାଂସଦ ପିନାକୀ ମିଶ୍ର ଙ୍କୁ ଜୋରଦାର ଟକ୍କର ଦେଇ ପରାସ୍ତ ହେଇଥିଲେ I

ତେବେ ପାତ୍ର ବିଜେପି ମଙ୍ଗ ସମ୍ଭାଳିବା ନେଇ ବିଜେଡି ନେତା ତଥା ସାମ୍ବାଦିକ ସତ୍ୟଜିତ ମିଶ୍ର ଲେଖିଛନ୍ତି କି

“:ଶୁଣିଲି, ପାତ୍ରାଜୀ କୁଆଡେ ରାଜ୍ୟ ବିଜେପି ସଭାପତି ହେଉଛନ୍ତି। ଭଲ କଥା। ତାଙ୍କର ବୟସ ଅଛି, ଏଇଠି ଆମର ଗୋଟେ ଭଲ ଓଡ଼ିଆ ଝିଅ ଦେଖି ତାଙ୍କୁ ବାହା କରେଇଦେବା। Bijaya Sahoo ଆଜ୍ଞାଙ୍କୁ ଅନୁରୋଧ ସେ ମଧ୍ୟସ୍ତି ହେବେ। ଭଲ, ଯୋଡ଼ଟେ ମିଳିବ। ସତ କି ମିଛ ଜାଣିନି, କିନ୍ତୁ first marriageରେ କୁଆଡେ ଟିକେ ହଚପଚ ଅଛି!!!
ସେଟା ବି no problem. ଚଳିବ। ଯଦି ହେଇଥିବ, ଗୋଟେ କଣ settle କରି ଦେବାନି!!! ଏତେ ବ୍ୟସ୍ତ କାହିଁକି? ସେ କଣ ଅନୁଭବ କି ଘାଣ୍ଟି ହେବେ!!!
Welcome ପାତ୍ରାଜୀ । ତେବେ ଆପଣ କଣ ଭାବୁଛନ୍ତି ସମ୍ବିତ ରାଜ୍ୟ ବିଜେପି ମଙ୍ଗ ସମ୍ଭାଳି ପାରିବେ ତ ନା ବିଜୟ ମହାପାତ୍ର ଙ୍କୁ ଦିଆଯିବା ଉଚିତ ?

1 thought on “ବଦଳିବ ରାଜ୍ୟ ବିଜେପି ସମ୍ବିତ ଧରିବେ ରାଜ୍ୟ ବିଜେପି ମଙ୍ଗ ! ବିଷ୍ଣୁ ବିରୋଧୀ ଦଳ ନେତା ? ବିଜୟ କୋଣଠେସା !”

Leave a Comment