ଓଡିଶା କଂଗ୍ରେସ ପିସିସି ସଭାପତି ମଙ୍ଗ ଧରିବେ ସୁର ଭାଇ ! ତାରା ଦେଲେ ପ୍ରସ୍ତାବ

ଓଡିଶା କଂଗ୍ରେସ ପିସିସି ମୁଖିଆ ପରିବର୍ତନ ନାରା ଚାଲିଥିବା ବେଳେ ମୁଁହ ଖୋଲିଛନ୍ତି କଂଗ୍ରେସ ର ବରିଷ୍ଠ ବିଧାୟକ ତାରା ବାହିନୀ ପତି I ଗଣମାଧ୍ୟମ ରେ ପ୍ରତିକ୍ରିୟା ରଖି କହିଛନ୍ତି କି ସଂଗଠନକୁ ମଜଭୁତ କରିବାକୁ ବିଧାୟକ ଙ୍କ ଭିତରୁ କେହି ଜଣେ ପିସିସି ସଭାପତି ହେବା ଉଚିତ I ଜିଲ୍ଲା ସଭାପତି ମାନଙ୍କୁ କେହି ପଚାରୁ ନାହାନ୍ତି , ତାଙ୍କର କିଛି ଗୁରୁତ୍ୱ ରହୁନି I ଜିଲ୍ଲାପାଳ ମାନେ ତାଙ୍କ କଥା ଶୁଣୁନାହାନ୍ତି ତେଣୁ ଜଣେ ବିଧାୟକ ହେଲେ ତାଙ୍କ କଥା ର ଗୁରୁତ୍ୱ ରହିବ I

ଏପରିକି ସେ ସିଧାସଳଖ ସୁର ବାବୁ ଙ୍କ ନାମ ନେଇ କହିଛନ୍ତି କି ସୁର ଭାଇ ପିସିସି ସଭାପତି ହେଲେ ଆମେ ସାଦରେ ସ୍ୱାଗତ କରିବୁ I ତେବେ କିଏ ହେବେ ପିସିସି ସଭାପତି ତାକୁ ନେଇ ଜୋରଦାର ଚର୍ଚା I ବୁଡ଼ିଯାଉଥିବା କଂଗ୍ରେସ ର ପରିବର୍ତନ ହେବ କି ? ସୁର ଭାଇ ଧରିବେ କି ଓଡିଶା କଂଗ୍ରେସ ମଙ୍ଗ ! ଏମିତିରେ ସୁର ଭାଇ ଙ୍କ ଲୋକପ୍ରିୟତା ଢେର ଅଧିକ I

Leave a Comment