ଭୁତ ପକେଇଲା କି ସାମ୍ବାଦିକ ଙ୍କ ଗୋଡ଼ରେ ବେଡି !! ଆଇଆଇସି ଏବଂ ଆଇଓ କହିଲେ ଆମେ କିଛି ଜାଣିନୁ

ଜଣେ ହୋମ୍‌ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗତକାଲି ନୀଳଗିରି ପୋଲିସ ଦ୍ୱାରା ଗିରଫ ହୋଇଥିବା କନକ ଏବଂ ସମ୍ବାଦ ର ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ଯେଉଁଭଳି ଗୋଡ଼ରେ ବେଡି ପକାଇ ଚିକିତ୍ସା କରାଯାଉଥିଲା ତାହା ଗଣମାଧ୍ୟମ ର ମୁଖ୍ୟ ଖବର ପାଲଟିଛି I ଜଣେ ହୋମଗାର୍ଡ ଙ୍କ ସହିତ ଯୁକ୍ତି ତର୍କ ପରେ ମାଡ଼ ପିଟି ହେଇଥିବା ପୋଲିସ ରେ ଅଭିଯୋଗ କରାଯାଇଥିବା କୁହାଯାଉଥିବା ବେଳେ ସାମ୍ବାଦିକ ଅଭିଯୋଗ କରିଛନ୍ତି କି ତାଙ୍କୁ ଜାଣିଶୁଣି ଫସାଇବାକୁ ଏହା ଷଡଯନ୍ତ୍ର I ତେବେ ଏସବୁ ଭିତରେ ହସ୍ପିଟାଲ ଭିତରେ ସାମ୍ବାଦିକ ଙ୍କୁ ଯେଉଁ ଭଳି ଭାବରେ ହ୍ୟାଣ୍ଡକଫର ଗୋଟିଏ ପଟକୁ ତାଙ୍କ ଗୋଡ଼ରେ ବାନ୍ଧି ଅନ୍ୟ ପଟକୁ ମେଡିକାଲ୍‌ର ଏକ ବେଡ୍‌ରେ ବାନ୍ଧି ଦିଆଯାଇଥିଲା ତାହା ଚର୍ଚା ର ବିଷୟ I

ଏନେଇ ସାମ୍ବାଦିକ ଏବଂ ଡିଉଟି ରେ ଥିବା କର୍ମଚାରୀ ମାନେ କହିଥିଲେ କି ନୀଳଗିରି ଆଇଆଇସି ମ୍ୟାଡାମ୍‌ଙ୍କ ନିର୍ଦ୍ଦେଶରେ ଏପରି କରାଯାଇଛି କିନ୍ତୁ ପର ମୁହୁର୍ତରେ ଆଇଆଇସି ଏକ ଗଣାମଧ୍ୟମ କୁ ପ୍ରତିକ୍ରିୟା ଦେଇ କହିଛନ୍ତି କି ସେ ଏ ବିଷୟରେ କିଛି ଜାଣି ନାହାନ୍ତି I କି ଥାନାରୁ ସେଭଳି କୌଣସି ନିର୍ଦେଶ ଦିଆଯାଇନାହିଁ I କୌଣସି ହ୍ୟାଣ୍ଡକଫ ମଧ୍ୟ ଇସ୍ୟୁ ହେଇନାହିଁ ,ଘଟଣା ସଂକ୍ରାନ୍ତ ରେ I .O ତଦନ୍ତକାରି ଅଧିକାରୀ ସୁବର୍ଣ୍ଣା ବେହେରା କହିପାରିବେ ତେବେ ସୁବର୍ଣ୍ଣା ବେହେରା କହିଛନ୍ତି ସେ ମଧ୍ୟ ଏନେଇ କିଛି ଜାଣି ନାହାନ୍ତି କେମିତି ଏବଂ କେଉଁ ପରିସ୍ଥିତି ରେ ତାଙ୍କ ଗୋଡ ରେ ବେଡି ପଡିଲା ,ତଦନ୍ତ ଚାଲିଛି ଜଣାପଡିବ I

ଯଦି ଆଇଆଇସି ଏବଂ ତଦନ୍ତ କରୁଥିବା ଅଧିକାରିଣୀ ହ୍ୟାଣ୍ଡକଫ ବିଷୟରେ କିଛି ଜାଣିନାହାନ୍ତି ତେବେ ସାମ୍ବାଦିକ ଙ୍କ ଗୋଡ଼ରେ ବେଡି ପକାଇଲା କିଏ ? କାହା ନିର୍ଦେଶ ରେ ପଡିଥିଲା ବେଡି ?

Leave a Comment