ଓଡ଼ିଶାର କେଉଁ ନ୍ୟୁଜ୍ ଚ୍ୟାନେଲ ର ମାଲିକ କିଏ : ସମ୍ପୂର୍ଣ୍ଣ ବିବରଣୀ

ଗଣମାଧ୍ୟମ ,ଯଦିଓ ବିଧିବଦ୍ଧ ଭାବରେ ଘୋଷଣା କରାଯାଇନାହିଁ ତେବେ ସମାଜର ଚତୁର୍ଥ ସ୍ତମ୍ଭ ଭାବେ ବୋଲାଯାଏ ,ଲୋକଙ୍କ ପାଇଁ ସ୍ୱର ଉଠାଉ ଥିବା ଗଣାମଧ୍ୟମ ଏବେ କିନ୍ତୁ ରାଜନୀତି ର ପଶାପାଲି ରେ ସାମିଲ ହେଇଗଲେଣି , ମାଲିକ ମାନେ ରାଜନୀତି ରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡିତ I ତେବେ ଆସନ୍ତୁ ଜାଣିବା କେଉଁ ଚାନେଲ ର ମାଲିକ କିଏ ଏବଂ କେଉଁ ଦଳକୁ ସମର୍ଥନ କରୁଛି କେଉଁ ଚାନେଲ I

1)) ଓଟିଭି : 1997 ରେ ବର୍ତମାନର ବିଜେପି ନେତା ତଥା ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସହ ପ୍ରତିଷ୍ଠାତା ଜଗୀ ମଙ୍ଗତ ପଣ୍ଡା ଏହାର ଆରମ୍ଭ କରିଥିଲେ I ଏହା ଓଡ଼ିଶାର ସର୍ବ ପୁରାତନ ନ୍ୟୁଜ ଚାନେଲ ହେଇଥିବାରୁ ଓଡ଼ିଶାର ଘରେ ଘରେ ପରିଚିତ କିନ୍ତୁ ଭଣ୍ଡ ସାରଥୀ ଘଟଣାରେ ଓଟିଭି ର ନୀରବତା କୁ ନେଇ ଦର୍ଶକ ମାନଙ୍କର ବିଶ୍ୱାସ କିଛି ପରିମାଣରେ ହରାଇଥିଲା I ବୈଜୟନ୍ତ ଙ୍କ ବିଜେଡି ରୁ ଇସ୍ତଫା ପରେ ଏବେ ଓଟିଭି ସମ୍ପୂର୍ଣ୍ଣ ଭାବରେ ବିଜେଡିବିପକ୍ଷରେ ଖବର ପ୍ରସାରଣ କରୁଥିବା ଏବଂ ବିଜେପି ର ଛୋଟ ଛୋଟ କଥାକୁ ଏହି ଚାନେଲ ରେ ଅଧିକ ଗୁରୁତ୍ୱ ଦେବାର ଅଭିଯୋଗ ଆସେ I


2)) ନ୍ୟୁଜ୍‍ ସେଭେନ୍‍ :- ସୋଆ ବିଶ୍ୱବିଦ୍ୟାଳୟ ଏବଂ ସମ ହସ୍ପିଟାଲ ଅଧ୍ୟକ୍ଷ ମନୋଜ ରଞ୍ଜନ ନାୟକ ଏହି ଚାନେଲ ର ଆରମ୍ଭ କରିଥିଲେ I ସାରଥୀ ର ଭଣ୍ଡାମୀ ର ଗୁମର ଖୋଲିବା ପରେ ଏହା ଓଡ଼ିଶାର ବିଶ୍ୱାସ ଏବଂ ଲୋକପ୍ରିୟତା ସାଉଁଟି ପାରିଥିଲା କିନ୍ତୁ ଏହାର ସମ୍ପାଦକ ଅର୍ଧେନ୍ଦୁ ଦାସ ଏବଂ ପ୍ରମୁଖ ସାମ୍ବାଦିକ ମାନେ ନିଉଜ 7 ଛାଡିବା ପରେ ଏହା ପୂର୍ବାପେକ୍ଷା ନିଜର ଲୋକପ୍ରିୟତା ହରାଇଛି I


3)) କନକ ନ୍ୟୁଜ :ଓଡିଶା ମିଡ଼ିଆ ର ବାଦଶାହ କୁହାଯାଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକ 2009 ରେ କନକ ନ୍ୟୁଜ ର ପ୍ରତିଷ୍ଠା କରିଥିଲେ I ଏହାର ଅଧ୍ୟକ୍ଷ ସୌମ୍ୟରଂଜନ ବିଜେଡି ରେ ଯୋଗ ଦେବା ପରେ ଏବେ କନକ ନ୍ୟୁଜ ବିଜେଡି କୁ ସମର୍ଥନ କରିବାରେ ବ୍ୟସ୍ତ i ଅବଶ୍ୟ ସୌମ୍ୟ ବାବୁ ଙ୍କ ଭାଇ ଓଡ଼ିଶାର କଂଗ୍ରେସ ର ମୁଖିଆ ଥିବାରୁ କଂଗ୍ରେସ ର ଟିକି ନିକି ଖବର ମଧ୍ୟ ଏହି ଚାନେଲ ରେ ଦେଖିବାକୁ ମିଳେ I ତେବେ ବେଳେବେଳେ ସରକାର ଙ୍କୁ ନିଜ ଚାନେଲ ରେ କଟାକ୍ଷ କରି ଚର୍ଚା ରେ ରହିଥାନ୍ତି ଏହି ଚାନେଲ ମାଲିକ ଏବଂ ଚାନେଲ I

4) ଅର୍ଗସ : ନୂଆକରି ଆରମ୍ଭ ହେଇଥିବା ଅର୍ଗସ ସୋସିଆଲ ମିଡ଼ିଆ ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି I  ସଞ୍ଜୟଜେନା ଙ୍କ ମାଲିକାନା ରେ ଏହା ପରିଚାଳିତ , ଏହା ପ୍ରାୟତ ବିଜେଡି ବିରୁଦ୍ଧରେ ଏବଂ ବିଜେପି ସମର୍ଥନ ରେ ଖବର ପ୍ରସାରଣ କରିଥାଏ ବୋଲି ସାଧାରଣ ରେ ଅଭିଯୋଗ ହୁଏ I ତେବେ ବିଜେପି ପ୍ରତି ଏହି ଚାନେଲ ଟିକେ ଅଧିକ ଆଗ୍ରହ ଥିବା ଖବର ଦେଖିଲେ ଜଣାପଡ଼ିଯାଏ I

5)) କଳିଙ୍ଗ ଟିଭି : ସମାଜ ସେବି ଭାବରେ ପରିଚିତ ତଥା କିଟ‍୍‌ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ 2015 ରେ ଏହାର ଆରମ୍ଭ କରିଥିଲେ I ଅଚ୍ୟୁତ ସାମନ୍ତ ବିଜେଡି ରେ ସାଂସଦ ଭାବେ ଯୋଗ ଦେବା ପରେ ଏହି ଚାନେଲ ଏବେ ବିଜେଡି ର ଗୁଣ ଗାନ କରିବାରେ ବ୍ୟସ୍ତ I

6) ବଡ ଖବର : ନିଉଜ 7 ର ପୂର୍ବତନ ସମ୍ପାଦକ ତଥା ମିଡ଼ିଆ କ୍ରିଏଟିଭ ମାଷ୍ଟର କୁହାଯାଉଥିବା ଅର୍ଧେନ୍ଦୁ ଦାସ ନିଜ ପ୍ରଚେଷ୍ଟା ରେ ଏହି ଚାନେଲ କୁ ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ଏହା ଲୋକପ୍ରିୟ ହେବାରେ ଲାଗିଛି I ବିଜେପି ବିଜେଡି କିମ୍ବା କଂଗ୍ରେସ ଯେଉଁଠି ବି ଦୁର୍ନୀତି ଖବର ଆସୁଛି କିମ୍ବା ରାଜ୍ୟ ର ସ୍ୱାର୍ଥ ପାଇଁ କଥା ଉଠେ ବଡଖବର ଲଢେଇ ଜାରି ରଖିଛି I


6)) ନନ୍ଦିଘୋଷ ଟିଭି : ନ୍ୟୁଜ୍‍ ୱର୍ଲଡ ଓଡ଼ିଶା ନାମରେ ଥିବା ଟିଭି ଚାନେଲ ଟି ପରେ ବନ୍ଦ ହେଇଯାଇଥିଲା ଏବଂ ଏହାର ସୋସିଆଲ ମିଡ଼ିଆ ର ସମସ୍ତ ନାମ ନନ୍ଦିଘୋଷ ରେ ପରିବର୍ତନ ହେଇଯାଇଥିଲା I ଏହା ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ସଞ୍ଜିବ ମଲ୍ଲିକ ଙ୍କ ମାଲିକାନା ରେ ରହିଥିବା ବେଳେ ଚର୍ଚା ହୁଏ ତୃତୀୟ ମହଲା ରୁ ଏହା ପରିଚାଳିତ I ଏହା ବିଜେଡି ସପକ୍ଷରେ ଖବର ପ୍ରସାରଣ କରିଥାଏ I

7)) ଜୀ-Odisha : ଏହା ଏକ ଜାତୀୟ ଚାନେଲ ଜୀ ନେଟ‍୍‌ୱର୍କର ର ଓଡିଶା ର ଆଞ୍ଚଳିକ ଚାନେଲ I 2014 ରେ ଏହା ଓଡ଼ିଶାରେ ଆରମ୍ଭ ହେଇଥିଲା ,କିନ୍ତୁ ଆର୍ଥିକ କ୍ଷତି ପାଇଁ ଏହାର ମୁଖ୍ୟ ଅଫିସ ଦିଲ୍ଲୀ କୁ ଉଠିଯାଇଛି I ଏବଂ ଦିଲ୍ଲୀ ରୁ ଏହା ପରିଚାଳିତ ହେଉଅଛି I ଏହା ପୂର୍ବରୁ ବିଜେପି କୁ ସମର୍ଥନ କରୁଥିଲେ ମଧ୍ୟ ଆଞ୍ଚଳିକ ବିଭାଗ ଖୋଲାଖୋଲି ବିଜେଡି ଏବଂ ସୁପ୍ରିମ ନବୀନ ଙ୍କ ପ୍ରଚାର କୁ ଦେଖାଇଥାଏ I

8)) ନ୍ୟୁଜ୍‌ – ୧୮ଓଡ଼ିଆ :-ପୂର୍ବରୁ ଏହା ର ନାମ ଈଟିଭି-ଓଡ଼ିଆ ଥିଲା I ହାଇଦ୍ରାବାଦର ରାମୋଜୀ ରାଓ ଦ୍ୱାରା ଏହା ପରିଚାଳିତ I ଏହାର ଆଞ୍ଚଳିକ ଚ୍ୟାନେଲ‍୍‌ଗୁଡ଼ିକୁ ନେଟ‍୍‌ୱର୍କ ୧୮ ଅଧିଗ୍ରହଣ କରିସାରିବା ପରେ 2018 ରେ ଏହାର ନାମକରଣ “ଈଟିଭି ନ୍ୟୁଜ୍‌ -ଓଡ଼ିଆ’ ରୁ ନ୍ୟୁଜ୍‌ – ୧୮ଓଡ଼ିଆ ପରିବର୍ତନ କରାଯାଇଛି I ଏହା ନିର୍ଦ୍ଧିଷ୍ଟ କେଉଁ ଦଳକୁ ସମର୍ଥନ କରୁନଥିଲେ ମଧ୍ୟ ବିଜେପି ପ୍ରତି ଟିକେ ଅଧିକ ଆକର୍ଷିତ I

9)) ନକ୍ଷତ୍ର ନ୍ୟୁଜ : କୌସ୍ତୁଭ ଇଂଜିନିରିଂ କଲେଜ ର ଅଧ୍ୟକ୍ଷ ପ୍ରଭାତ କୁମାର ମଲିକ 2009 ରେ ଏହାର ଆରମ୍ଭ କରିଥିଲେ I ତେବେ ଅନ୍ୟ ଚାନେଲ ତୁଳନା ରେ ଏହି ଚାନେଲ ର ସେତେଟା ଲୋକପ୍ରିୟତା ନାହିଁ I ଏହା ସହିତ କାମୟାବ ଟିଭି ଏମ୍‍ବିସି ଟିଭି ରହିଥିଲେ ମଧ୍ୟ ସେତେଟା ଲୋକପ୍ରିୟ ହେଇ ପାରିନାହିଁ I
ତେବେ ଆପଣଙ୍କ ଲୋକପ୍ରିୟ ଟିଭି ଚ୍ୟାନେଲ ର ନାମ କଣ ?

1 thought on “ଓଡ଼ିଶାର କେଉଁ ନ୍ୟୁଜ୍ ଚ୍ୟାନେଲ ର ମାଲିକ କିଏ : ସମ୍ପୂର୍ଣ୍ଣ ବିବରଣୀ”

Leave a Comment