ଭୁବନେଶ୍ୱର ଗଣେଶ ମଣ୍ଡପ ରେ 430 ପରିବାର ଙ୍କୁ ବାସଚ୍ୟୁତ କରାଇ ଅକସ୍ମାତ ଜୀବିକା ରୁ ବେଦଖଲ କରାଯିବା ଘଟଣାରେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି I ଏନେଇ ପ୍ରତିକ୍ରିୟା ରଖିଛନ୍ତି କି ବିକାଶ କୁ ଆମେ ସମର୍ଥନ କରୁଛୁ କିନ୍ତୁ ବିକାଶ ନାମରେ ବିନାଶ ରୁ ହିଁ ଆରମ୍ଭ ନହେଉ I ତୁରନ୍ତ 7 ଦିନ ଭିତରେ ନୂଆ ବ୍ୟବସାୟୀ ଉପଯୋଗୀ ସ୍ଥାନ ଦିଆଯାଇ ଥଇଥାନ କରାଯାଉ l
ଏବିଂ ମୂଳ ପୁଞ୍ଜି କ୍ଷୟକ୍ଷତିର କ୍ଷତିପୂରଣ ଦିଆଯାଉ ଏହାସହିତ ନୂତନ ମାର୍କେଟ କଂପ୍ଲେକ୍ସ ରେ 430 ବ୍ୟବସାୟୀଙ୍କୁ ପ୍ରାଥମିକତା ଭିତିରେ ଥଇଥାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ I ବିଏମସି ବୈଠକ ରେ ଏନେଇ ସ୍ଥାନୀୟ କର୍ପୋରେଟର ଏହି କଥା ଉଠାଇବେ I ତେବେ ଅପରାଜିତା ଙ୍କୁ ଦେଖି ଶହ ଶହ ଲୋକ ଙ୍କ ଆଖିରେ ଲୁହ ଆସିଯାଇଥିଲା , ଭୋ ଭୋ ହେଇ କାନ୍ଦିଥିଲେ ଜୀବିକା ହରେଇଥିବା ବ୍ୟବସାୟୀ ଏବଂ ତାଙ୍କ ପରିବାର I
ଏହି ଅବସରରେ ବିଧାୟକ ପାର୍ଥୀ ଜଗନ୍ନାଥ ପ୍ରଧାନ, ମେୟର ପାର୍ଥୀ ସୁନୀତି ମୁଣ୍ଡ, କାର୍ପୋରେଟର ଧରିତ୍ରୀ ଜେନା ସମସ୍ତ ବ୍ୟବସାୟୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ l