ଆପ୍ ର ରେ ମିଶିବେ କି ବିଜୟ ମହାପାତ୍ର !

ରାଜ୍ୟ ରାଜନୀତି ରେ ଏବେ ବିଜୟ ମହାପାତ୍ର ଙ୍କୁ ନେଇ ଜୋରଦାର ଚର୍ଚା I ଆପ୍ ରେ ମିଶି ପାରନ୍ତି ମହାପାତ୍ରେ, ଏନେଇ କିଛି ଖବର କାଗଜ ରେ ପ୍ରକାଶ ହେବା ସହିତ ଏପରିକି ସୋସିଆଲ ମିଡିଆରେ ମଧ୍ୟ ପଡୁଛି ଉଠୁଛି , ବିଜୟ ମହାପାତ୍ର ଫ୍ୟାନ କ୍ଲବ ରେ ଏପରି କିଛି ଶେୟାର ହେଇଛି I

ବିଜେପି ରେ ବିଜୟ କୋଣ ଠେସା ହେଇଥିବା ବେଳେ ଏବେ ବି ତାଙ୍କ ଲୋକପ୍ରିୟତା ଯଥେଷ୍ଟ କିନ୍ତୁ ଦଳୀୟ ଅବହେଳା ନେଇ ବିଜୟ କେତେବେଳେ ଦଳ ଛାଡ଼ୁଛନ୍ତି ତ ପୁଣି କେତେବେଳେ ମିସୁଛନ୍ତି I ତେବେ ନିକଟରେ ବିଜୟ ଙ୍କ ଏକ ବନ୍ଧୁ ମିଳନ ହେଇଥିଲା ଯାହାକୁ ନେଇ ଜୋରଦାର ଚର୍ଚା I

ଆପ୍ ଗତ ନିର୍ବାଚନରେ ପଞ୍ଜାବ ଦଖଲ କରିବା ପରେ ସବୁଆଡେ ପ୍ରଭାବ ବଢିଛି , ଓଡ଼ିଶାରେ ମଧ୍ୟ ଆପ ର କାୟା ବିସ୍ତାର କରିବାକୁ ଯୋଜନା ଚାଲିଥିବା ବେଳେ ବିଜୟ ଙ୍କ ବନ୍ଧୁ ମିଳନ ଏହି ଚର୍ଚା କୁ ଖୋରାକ ଯୋଗାଇଛି I ଚର୍ଚା ହେଉଛି ବିଜୟ ହିଁ ଓଡିଶା ଆପ୍ ମଙ୍ଗ ଧରିପାରନ୍ତି I ଅବଶ୍ୟ ଏନେଇ ବିଜୟ ମହାପାତ୍ର କୌଣସି ପ୍ରତିକ୍ରିୟା ଏଯାଏଁ ରଖିନାହାନ୍ତି I


ସୂଚନା ଥାଉ କି ୨୦୦୦ ମସିହା ପରଠାରୁ ବିଜୟ ମହାପାତ୍ର ପାଟକୁରା ଆସନରୁ ବାରମ୍ବାର ପରାସ୍ତ ହୋଇଆସୁଛନ୍ତି । ୨୦୦୦ ମସିହାରେ ସ୍ବର୍ଗତ ପ୍ୟାରୀ ମୋହନ ମହାପାତ୍ରଙ୍କ ପ୍ରରୋଚନାରେ ବିଜୟ ମହାପାତ୍ରଙ୍କ ବିଜେଡି ଟିକେଟକୁ ଅବୈଧ କରିଦିଆଯାଇଥିଲା । ସେବେଠାରୁ ବିଜୟ ବିଧାନସଭା ବାହାରେ ରହିଛନ୍ତି I

Leave a Comment