ଚାଲିଛି ପ୍ରସ୍ତୁତି ଫେରିବେ ଭଣ୍ଡ ସାରଥୀ , ପୁଣି ଝରିବ ପାଦରୁ ମହୁ !

ଛାଡ଼ୁନି ମୋହ ! ଏତେ ଘଟଣା ଘଟିଯିବା ପରେ ବି ଚାଲିଛି ସାରଥୀ ପ୍ରଚାର ,ଏଥର କିନ୍ତୁ ଲୁଚାଛପା ରେ ନୁହେଁ ଖୁଲମ ଖୁଲା I ତାହା ପୁଣି କୋଇଲା ସହର ତାଳଚେର ର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ରେ I ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଚାଲିଥିବା ବେଳେ ସାରଥୀ ଭକ୍ତ ଙ୍କ ତରଫରୁ ଏକ ଷ୍ଟଲ କରାଯାଇ ଜଳଛତ୍ର ଯୋଗାଇ ଦିଆଯାଉଛି I

ତେବେ ସାରଥୀ ର ପ୍ରଚାର ପାଇଁ କିଏ ଦେଇଛନ୍ତି ଅନୁମତି ? ସାରଥୀ ର ନିର୍ଦେଶ ରେ ଏସବୁ ଚାଲିଛି କି ! ପୁଣିଥରେ ମାନ୍ୟବର ସମ୍ଭୋଧନ କରି ଲୋକଙ୍କୁ ଧର୍ମ ନାମରେ ଭାଷଣ ଦେବାକୁ ସାରଥୀ ପ୍ରସ୍ତୁତି ହେଉନି ତ ! ସର୍ତ୍ତମୂଳକ ଜାମିନ ରେ ଅଛନ୍ତି ବିବାଦୀୟ ବାବା ସାରଥୀ। କେଉଁ ଅଜ୍ଞାତ ବାସରେ କେଉଁଠି ଅଛନ୍ତି କେହି ବି ଜାଣି ନାହାନ୍ତି କିନ୍ତୁ ସାରଥୀ ନାମରେ ଚାଲିଛି ପ୍ରଚାର ପ୍ରସାର I

ସୂଚନା ଥାଉ କି କେନ୍ଦ୍ରାପଡ଼ାରେ ୧୯୯୩ ମସିହାରୁ ଭଣ୍ଡ ବାବା ସାରଥୀ ମନ୍ଦିର ଓ ଆଶ୍ରମ କରି ଧର୍ମ ନାମରେ ଯେଉଁ ପ୍ରହସନ କରିଥିଲେ ଶରୀର ଦେଖ-ସଂସାର ଦେଖ-ଇଶ୍ୱର ଦେଖ ଏବଂ ଜୀବନ ପଥ ଏଦେହ ରଥ …ରଥେ ବସିଛ ରେବତୀକାନ୍ତ ରେ ଭକ୍ତ ମାନଙ୍କୁ ମୋହିତ କରୁଥିଲେ I ହାତରୁ ବିଭୁତି ବାହାର କରି ଏବଂ ପାଦରୁ ମହୁ ଝରାଇ ଅଲୌକିକ ଘଟଣା କହି ନିଜକୁ ଆତ୍ମଘୋଷିତ କୃଷ୍ଣଙ୍କ ଅବତାର ବୋଲି ଦାବି କରୁଥିଲେ ।

କିନ୍ତୁ ୨୦୧୫ ମସିହା ଅଗଷ୍ଟ ୪ ତାରିଖରେ ଭଣ୍ଡ ସାରଥୀ ଙ୍କ ଭାଣ୍ଡାମି ଖୋଲିଥିଲା ନିଉଜ 7 I ଯାହାକୁ ନେଇ ଓଡ଼ିଶାରେ ନିଆଁ ଜଳିଥିଲା ଏବଂ ଶେଷରେ ସାରଥୀ ଗିରଫ ହେଇଥିଲେ ଅଗଷ୍ଟ ୮ ତାରିଖରେ I ଦୀର୍ଘ ୪ ବର୍ଷ ବିଚାରବିଭାଗୀୟ ହାଜତରେ ରହିବା ପରେ ସର୍ତ ମୂଳକ ଜାମିନ ରେ ୨୫ ଜୁଲାଇରେ ଚୌଦ୍ୱାର ଜେଲରୁ ମୁକୁଳିଥିଲେ ସାରଥୀ।

Leave a Comment