Z-ସାର୍ଥକ ରିୟଲିଟି ସୋ ଦାଦାଗିରିରୁ ଅନୁଭବ ବିଦା , ଏଣ୍ଟ୍ରି କଲେ ଶୀର୍ଦ୍ଧାନ୍ତ, ସୋସିଆଲ ମିଡିଆରେ ଏମିତି ଲେଖିଲେ ଅନୁଭବ

ପତ୍ନୀ ବର୍ଷା ଙ୍କ ସହିତ ବିବାଦ ହେବାପରେ ଏବେ ସମ୍ପୁର୍ଣ୍ଣ ବିବାଦୀୟ ହେଇପଡ଼ିଛନ୍ତି ବିଜେଡି ସାଂସଦ ଅନୁଭବ ମହାନ୍ତି I ବହୁଦିନ ପରେ Z ସାର୍ଥକ ରେ ଦାଦାଗିରି ଶୋ ରେ ଅନୁଭବ ନଜର ଆସିଥିଲେ I ତେବେ ଅକସ୍ମାତ ଅନୁଭବ ଙ୍କୁ ଏହି ଶୋ ରୁ ବାହାରି ଯିବାକୁ ପଡିଛି I ଅନୁଭବ ଙ୍କ ସ୍ଥାନରେ ଏଣ୍ଟ୍ରି କରିଛନ୍ତି ସୁପର ଷ୍ଟାର ଶୀର୍ଦ୍ଧାନ୍ତ ମହାପାତ୍ର I

ତେବେ କେଉଁ କାରଣ ପାଇଁ ଅନୁଭବ ଙ୍କୁ ଶୋ ରୁ ବାହାର କରାଗଲା ସ୍ପଷ୍ଟୀକରଣ ମିଳିନଥିବା ବେଳେ କଥା କିନ୍ତୁ ଏତିକିରେ ସରିନି I ଅନୁଭବ ଏହି ଶୋ ର ଭିଡିଓ ଗୁଡିକ ନିଜ ସୋସିଆଲ ମିଡ଼ିଆ ରେ ଯେଉଁ ପୋଷ୍ଟ କରିଥିଲେ ସେସବୁକୁ କପି ରାଇଟ କ୍ଲେମ କରିଛି ସଂସ୍ଥା I ଏନେଇ ଖୋଦ ଅନୁଭବ ନିଜ ଫେସବୁକ ରେ ଉଲ୍ଲେଖ କରିଛନ୍ତି I

ଅନୁଭବ ଲେଖିଛନ୍ତି କି ଅଫିସିଆଲ ମୁଁ ମୋର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କେବଳ ଏକ ପ୍ରଡକ୍ସନ୍ ହାଉସର ଅନୁରୋଧ ହେତୁ ମୁଁ ଅନେକ ଚିତ୍ର / ଭିଡିଓ / ପ୍ରୋମୋ ପୋଷ୍ଟ କରିଥିଲି କିନ୍ତୁ ଆଜି, ସେହି ପୋଷ୍ଟଗୁଡିକ କପିରାଇଟ୍ ଆକ୍ଟ ଅଧୀନରେ ଆଶ୍ଚର୍ଯ୍ୟଜନକ ଭାବରେ ରିପୋର୍ଟ କରାଯାଇଥିଲା ,, ତା’ପରେ, ମୁଁ କେବଳ ପୋଷ୍ଟଗୁଡିକ ଡିଲିଟ୍ କରିନାହିଁ ଯାହା ରିପୋର୍ଟ ହୋଇଥିବା ମୋର ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସୋ’କୁ ସଂଯୁକ୍ତ ଥିବା ଅନ୍ୟ ସମସ୍ତ ପୋଷ୍ଟକୁ ଡିଲେଟ କରିଥିଲି ! ଏହି ପୋଷ୍ଟଟି କେବଳ ଉପରୋକ୍ତ ବିଷୟଗୁଡ଼ିକ ବିଷୟରେ ମୋର ପ୍ରଶଂସକମାନଙ୍କୁ ଜଣାଇବା ନିମନ୍ତେ ଉଦ୍ଧିଷ୍ଟ I ଜୟ ମହାପ୍ରଭୂ ଶ୍ରୀ ଜଗନ୍ନାଥ |

Image Credit: Z sarthak
Image Credit: Z sarthak

ତେବେ ଅନୁଭବ ଙ୍କ ଏହି ପୋଷ୍ଟ ରେ କିଛି ତାଙ୍କ ସପକ୍ଷରେ ଲେଖିଛନ୍ତି ତ ଆଉ କିଛି ବିପକ୍ଷରେ I
ବାସନ୍ତୀ ମହାପାତ୍ର ଲେଖିଛନ୍ତି କି : ସେଇ ସୋସିଆଲ ମିଡ଼ିଆ page କୁ ଦେଖୁଥାନ୍ତୁ, କିଏ support କଲା କିଏ report ମାରିଲା, ଏମିତି ଯଦି କେନ୍ଦ୍ରାପଡ଼ା ବିଷୟରେ ଚିନ୍ତା କରିଥାନ୍ତେ ଆମେ କୃତାର୍ଥ ହୋଇଥାନ୍ତୁ, ଏବଂ ଦଶ ଥର ଆପଣଙ୍କୁ ଭୋଟ ଦେଇଥାନ୍ତୁ… ଜଣେ ସାଂସଦ ହୋଇ ଏଭଳି ପୋଷ୍ଟ ଯାହା ଆପଣଙ୍କୁ ଲଜ୍ୟା ଲାଗୁନି କିନ୍ତୁ କେନ୍ଦ୍ରାପଡ଼ାବାସୀ ହିସାବରେ ଆମକୁ ଲଜ୍ୟା ଲାଗୁଛି, ଆପଣ ମଧ୍ୟ ମୋର କେତୋଟି କମେଣ୍ଟ କୁ delete ମାରିଛନ୍ତି

ପୁପୁନ ପୁଷ୍ପା ଲେଖିଛନ୍ତି କି : ଆମ ଭାଇଜାନ ସଦା ସର୍ବଦା ନ୍ୟାୟ, ଧର୍ମ, ସତ୍ ପଥରେ ଚାଲିଛନ୍ତି ତାଙ୍କର କେହି ବି କିଛି କରିପାରିବେନି ଜଣେ ମଣିଷକୁ ତା ପଦ ପଦବୀ କିମ୍ବା ଗୋଟେ ସଂସ୍ଥାରୁ ବାହାର କରାଯାଇପାରେ ହେଲେ ତା ଭିତରେ ଥିବା ପ୍ରତିଭା ତା ଟ୍ୟାଲେଣ୍ଟ ଆଉ ତା ବିଦ୍ୟା କୁ କେହିକେବେ ବାହାର କରିପାରିବେନି କି ନେଇ ପାରିବେନି
ଶେଷରେ ବେଈମାନ ମାନଙ୍କୁ ଆଉ ଗୋଟେ କଥା କହୁଛି Anubhav Mohanty ଙ୍କୁ ଅନୁଭବୀଆନ ଙ୍କ ହୃଦୟରୁ ମଧ୍ୟ କେହିକେବେ ବାହାର କରିପାରିବେନି ପୁରା 100%fixed , ଭାଇଜାନ ଥିବାଯାଏ ଆମର ଆମେ ଭାଇଜାନଙ୍କର

Leave a Comment