ଅପରାଜିତାଙ୍କ ସମର୍ଥନ ରେ ବାହାରିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ଶେଷରେ ଅପରାଜିତା ଙ୍କ ସମର୍ଥନ ରେ ବାହାରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି I ପୁରୀ ରେ ବେଆଇନ ଭାବରେ ଖନନ କରାଯାଇ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରାଯାଉଥିବା ପରିକ୍ରମା ପ୍ରକଳ୍ପକୁ ବିରୋଧ କରି ସଂସଦରେ ମତ ରଖିଥିଲେ ଅପରାଜିତା ,ଯାହାକୁ ନେଇ ବିଜେଡି ସାଂସଦ ପିନାକୀ ମିଶ୍ର ଏବଂ ଅପରାଜିତା ମୁଂହାମୁହିଁ ହେଇଥିଲେ I ତେବେ ବିଜେପି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନଥିବା ବେଳେ ଏବେ ରାଜ୍ୟ ସଭାପତି ସମୀର ମହାନ୍ତି ଖୋଲାଖୋଲି ଅପରାଜିତା ଙ୍କ ସମର୍ଥନ ରେ ପ୍ରତିକ୍ରିୟା ରଖିଛନ୍ତି I

ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନରେ ସାମିଲ ନିଜେ ସମୀର ମହାନ୍ତି ସାମିଲ ହେବା ସହିତ ହାତରେ ପ୍ରତିବାଦ ପୋଷ୍ଟର ଧରି ଏକ ଫୋଟ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି “ମହାପ୍ରଭୁ ଜଗନ୍ନାଥ ଆମର ଇଷ୍ଟ ଦେବତା। ସବୁ ଓଡି଼ଆଙ୍କ ପରିଚୟ । ଶ୍ରୀମନ୍ଦିର ଆମ ସଂସ୍କୃତିର ପ୍ରାଣକେନ୍ଦ୍ର । ତାର ସୁରକ୍ଷା ଆଜି ଗଣମାଧ୍ଯମ ତଥା ଓଡି଼ଶାର ପୁରପଲ୍ଲୀରେ ମୁଖ୍ଯ ଆଲୋଚନାର ପ୍ରସଙ୍ଗ। ଜଣେ ଜଗନ୍ନାଥ ପ୍ରେମୀ ତଥା ସ୍ବାଭିମାନୀ ଓଡ଼ିଆ ଭାବେ ମୁଁ #SaveShreemandirPuri ଅଭିଯାନରେ ସାମିଲ୍ ହେଇଛି।

ଆସନ୍ତୁ, ଶ୍ରୀମନ୍ଦିର ତଥା ଆମ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଆମେ ସମସ୍ତେ “ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ” ରେ ସାମିଲ ହେବା ଏବଂ ଅନ୍ଯ ମାନଙ୍କୁ ସାମିଲ୍ ହେବାପାଇଁ ପ୍ରେରିତ କରିବା। ଜୟ ଜଗନ୍ନାଥ I

Leave a Comment