ଦୁଇଫାଳ ହେଇ ପିଟାପିଟି ,କାଲିଠୁ ସାରା ଓଡ଼ିଶାରେ ଷ୍ଟିଅରିଂ ଛାଡ ଡାକରା ଦେଲା ଡ୍ରାଇଭର ମହାସଂଘ ,

ସକାଳୁ ସକାଳୁ ପୁରା ରାଜଧାନୀ କୁ ନିଜ କବଜା କୁ ନେଇ ସାରିଥିଲା ଡ୍ରାଇଭର ମହାସଂଘ I ଶହ ଶହ ସଂଖ୍ୟାରେ ଡ୍ରାଇଭର ମାନେ ରାଜଧାନୀ ରେ ଡେରା ପକାଇଥିଲେ I ପରିସ୍ଥିତି ଏଭଳି ହେଇଥିଲା ଯେ ଶେଷରେ ମନ୍ତ୍ରୀ ଙ୍କ ସହିତ ଆଲୋଚନା ପାଇଁ ଡାକରା ଆସିଥିଲା ଏବଂ 30 ଜଣିଆ କମିଟି ନେଇ ଡ୍ରାଇଭର ମହାସଂଘ ସଭାପତି ବୈଠକ କରିଥିଲେ I ନିଜର 10 ଦଫା ଦାବି ଉପରେ 3 ମାସ ରେ ଏକ କମିଟି କରାଯାଇ ବିଚାର କରାଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିଶୃତି ଦେଇଥିଲେ ଏବଂ ରାଜଧାନୀ ଛାଡିବାକୁ ଡ୍ରାଇଭର ମହାସଂଘ ସଭାପତି ନିର୍ଦେଶ ଦେଇଥିଲେ ସବୁ ଡ୍ରାଇଭର ଙ୍କୁ ତେବେ ଅଚାନକ ଏହାକୁ କିନ୍ତୁ ଗ୍ରହଣ କରି ପାରିନଥିଲେ ଅନ୍ୟ ଏକ ଗୋଷ୍ଠୀ I

ଡ୍ରାଇଭର ମହାସଂଘ ସଭାପତି ଏବଂ ସମ୍ପାଦକ ବିକ୍ରି ହେଇଯାଇଥିବା ନାରା ଦେଇ ହୋ ହାଲ୍ଲା କରିଥିଲେ I ଏପରିକି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ସହିତ ବାଡିଆ ପିଟା ହେଇଥିଲା I ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସଭାପତି ପଞ୍ଚୁ ପାଣ୍ଡଵ କାଲିଠାରୁ ଷ୍ଟିଅରିଂ ଛାଡ ଡାକରା ଦେଇଛନ୍ତି I

ତେବେ ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ଯେଉଁ ଏକତାର ଡାକରା ଦେଇ ଆଜି ରାଜଧାନୀ ରେ ନିଜର ଶକ୍ତି ଦେଖାଇଥିଲେ ଡ୍ରାଇଭର ମହାସଂଘ ସେଇ ଏକତାରେ ଫାଟ ଆରମ୍ଭ ହେଇଯାଇଛି Iଆଗକୁ ଦେଖାଯାଉ ଡ୍ରାଇଭର ମହାସଂଘ ଏକାଠି ରହୁଛି ନା ବିଭାଜିତ ହେଇ ନିଜ ଲକ୍ଷ ରୁ ବିଚ୍ୟୁତି ହେଉଛି I

 

Leave a Comment