ବିଦା ହେଲେ ଗଁଦିଆ ଆଇଆଇସି ,ନାଲି ଆଖି ଦେଖାଇବା ପଡିଲା ମହଙ୍ଗା

ଶେଷରେ ଗଁଦିଆ ରୁ ବିଦା ହେଲେ ବିବାଦୀୟ IIC ବିଷ୍ଣୁ ଚରଣ ବାରିକ , ଦୁଇଦିନ ତଳେ ଏକ ଘଟଣା ବିଷୟରେ ଫୋକସ ପ୍ଲସ ସାମ୍ବାଦିକା ପୁଷ୍ପଲତା ସାମଲ ଗଁଦିଆ ଥାନା କୁ ଯାଇଥିବା ବେଳେ ଥାନା ଅଧିକାରୀ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ନାଲି ଆଖି ଦେଖାଇ ପାଲଟା ତାଙ୍କ ନାମରେ ଏତଲା ରୁଜୁ କରିବାକୁ ଥାନାର ଜଣେ ଅଫିସର ଙ୍କୁ ନିର୍ଦେଶ ଦେଇଥିଲେ I

ଭିଡିଓ ସୁଟିଂ କରୁଥିବା କାମେରା ମ୍ୟାନ ଙ୍କୁ ମଧ୍ୟ ଧମକାଇ ଭିଡିଓ ଅଫ କରିବାକୁ ଧମକେଇ ଥିଲେ, ତାଙ୍କ ପରମିସନ ନେଇ ଭିଡିଓ କରିବାକୁ କହି ଧମକାଇ ଥିଲେ I ଯାହାର ଭିଡିଓ ଭାଇରଲ ହେବାପରେ ଢେଙ୍କାନାଳ ରେ ଆଇଆଇସି ଙ୍କ ବ୍ୟବହାର କୁ ନେଇ ଚର୍ଚା ହେଇଥିଲା I

ଏପରିକି ଗଁଦିଆ ସାମ୍ବାଦିକ ସଂଘ ଆଇଆଇସି ଙ୍କ ଦୁର୍ବ୍ୟବହାର ପାଇଁ ଥାନା ଆଗରେ ଧାରଣା ଦେଇଥିଲେ ଶେଷରେ ଆଜି ମହିଳା ସାମ୍ବାଦିକା ଙ୍କୁ ନ୍ୟାୟ ମିଳିଛି I ଗଁଦିଆ ଆଇଆଇସି ଙ୍କ ବଦଳି ହେଇଛି I ତାଙ୍କ ସ୍ଥାନରେ ନୁତନ ଅଧିକାରୀ ଭାବେ ଆମ୍ବିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି I

 

Leave a Comment