ସ୍ୱାମୀ ଏବଂ ଦୁଇ ଝିଅ କୁ ଛାଡି ବିବାହିତ ଦେଢଶୁର ସାଙ୍ଗରେ ଭାଇବୋହୁ ଫେରାର

ପରକ୍ରିୟା ପ୍ରୀତି କେତେବେଳେ ଯେ କେଉଁ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ I ପ୍ରେମରେ ଥରେ ଅନ୍ଧ ହେଇଗଲେ ମଣିଷ ସବୁକିଛି ଭୁଲିଯାଏ I ନିଜର ହିତାହିତ ଜ୍ଞାନ ଭୁଲିଯାଏ I ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନରପାଳ ବ୍ଲକ ରେ I ପରକ୍ରିୟା ପ୍ରୀତି ଏମିତି ପାଗଳ କଲା ଯେ ଶେଷରେ ନିଜର ଦୁଇ ଝିଅ କୁ ଛାଡି ଦେଢ଼ ଶୁର ସାଙ୍ଗରେ ଫେରାର ହେଇଗଲେ ଜଣେ ମହିଳା I

Video Credit:Jyotiprabha News

ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରେଣୀ ଗ୍ରାମପଞ୍ଚାୟତର ଖାମଣା ଗାଁର ଅଟେ । ଏହି ଗ୍ରାମର ଗୌତମ ନାୟକ ଏବଂ ତାଙ୍କ ସ୍ତ୍ରୀ ଲିପି ନାୟକ ଙ୍କ ପରିବାର ସୁରୁଖୁର ରେ ଚାଲୁଥିବା ବେଳେ ଉଭୟ ଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି I କିନ୍ତୁ ଲିପି ଙ୍କ ପ୍ରେମ ଘର ପାଖ ବଡ ଭାଇ ଲକ୍ଷ୍ମୀକାନ୍ତ ନାୟକଙ୍କ ସହିତ ହେଇଯାଇଥିଲା I ଲକ୍ଷ୍ମୀକାନ୍ତ ମଧ୍ୟ ବିବାହିତ I

ତେବେ ପ୍ରେମ ମାନେନା ବନ୍ଧ ବାଡ, ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ଚର୍ଚା ହେବାପରେ ଶେଷରେ ଲକ୍ଷ୍ମୀକାନ୍ତ ଙ୍କ ପରିବାର ମଧ୍ୟ ଏନେଇ ଜାଣିବାକୁ ପାଇଥିଲେ ,ଯୋଉଁଥିପାଇଁ ଲକ୍ଷ୍ମୀକାନ୍ତ ଙ୍କ ପତ୍ନୀ ଏବଂ ମା ଗୌତମ ନାୟକଙ୍କ ସ୍ତ୍ରୀ ଲିପି ଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ଲିପି ଙ୍କ ଦିଅର ବନରପାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ବାବୁ ଲିପି ନାୟକ ଏବଂ ଲକ୍ଷ୍ମୀକାନ୍ତ ନାୟକଙ୍କୁ ଥାନାକୁ ଡକାଇ ଥିଲେ ।

ତେବେ ଲିପି କାହା କଥା ନଶୁଣି ଲକ୍ଷ୍ମୀକାନ୍ତ ଙ୍କ ସହିତ ଏକାଠି ରହିବାକୁ ଜିଦି କରିବାରୁ ଶେଷରେ ସମସ୍ତେ ହାର ମାନିଥିଲେ ଲିପି ଙ୍କ ପାଖରେ I ତେବେ ସମସ୍ତଙ୍କୁ ଚମକାଇ ହଠାତ ଲିପି ଦେଢଶୁର ଲକ୍ଷ୍ମୀକାନ୍ତ ଙ୍କ ସହିତ ଘରୁ ପଳାଇ ଯାଇଛନ୍ତି ।ଏନେଇ ଗୌତମ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଘଟଣା ଟି ଏବେ ସମଗ୍ର ଜିଲ୍ଲାରେ ଚର୍ଚା ର ବିଷୟ ପାଲଟିଛି I

Leave a Comment