ଆପ୍ ରେ ମିଶିବେ କି ଅପରାଜିତା !ଅପରାଜିତା ଙ୍କ ପଛରେ ବିରାଟ ବଡ ଷଡଯନ୍ତ୍ର ,ପଢନ୍ତୁ ସମ୍ପୂର୍ଣ୍ଣ ଖବର

ଅପରାଜିତା ଷଡ଼ଙ୍ଗୀ ,ନାମ ହିଁ ଯଥେଷ୍ଟ , ଦିନକୁ ଦିନ ଲୋକପ୍ରିୟତା ବୃଦ୍ଧି ହେବାରେ ଲାଗିଥିବା ବେଳେ ନିକଟରେ ପୁରୀ ପରିକ୍ରମା ନିର୍ମାଣ ପ୍ରସଙ୍ଗ କୁ ନେଇ ଲୋକସଭାରେ ଉଠାଇଥିଲେ I ତେବେ ଏହାପରେ ଅପରାଜିତା ଯେଭଳି କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ବିପଦ ସାଜିଛନ୍ତି I କିଛି ହାତଗଣତି ୟୁଟୁବ ଚାନେଲ ଏବଂ ଅନାମଧେୟ ୱେବ ପୋର୍ଟାଲ ମନଇଛା ନିଜ ମନରୁ ବାହାର କରି ଅପରାଜିତା ଆପ୍ ରେ ମିଶିବେ ଏବଂ ଏବେ ଏକଘରକିଆ ଭଳି ଅପପ୍ରଚାର ଚଳାଇଛନ୍ତି I ନିଆଁ ନଥାଇ ଧୂଆଁ କଣ ଏମାନେ ସିଧା କୁହୁଡି ସୃଷ୍ଟି କରିସାରିଲେଣି I

ଅପରାଜିତା ଙ୍କ ନା ନେଇ ଅପରାଜିତା ଙ୍କ ନାମ ନେଇ ମିଛ ଖବର ପ୍ରସାରଣ କରି ୟୁଟୁବ ରୁ ଲକ୍ଷାଧିକ ଟଙ୍କା କମାଇବା ସହିତ ହୁଏତ ଏହା ପଛରେ ଏକ ଷଡଯନ୍ତ୍ର ରହିଥିବାର ସ୍ପଷ୍ଟ ବାରି ହେଉଛି I ଏନେଇ ଅପରାଜିତା ଷଡ଼ଙ୍ଗୀ ଫ୍ୟାନ କ୍ଲବ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇ କୁହାଯାଇଛି କି ” କାଳ୍ପନିକ ବିଷୟ ନେଇ ପ୍ରଚାର ପ୍ରସାର କରୁଥିବା ବନ୍ଧୁଙ୍କୁ ଧନ୍ୟବାଦ I ବିଗତ 24 -48 ଘଣ୍ଟା ମଧ୍ୟରେ କିଛି ଗଣ ମାଧ୍ୟମ ଦ୍ୱାରା ପ୍ରକାଶିତ ଏହି ଖବର ଯାହା ପଛରେ କୌଣସି ସତ୍ୟତା ନାହିଁ ବା ତଥ୍ୟ ଆଧାରିତ ମଧ୍ୟ ନୁହେଁ l

ହଟାତ କେତକ ନିର୍ଦ୍ଧିଷ୍ଟ Web channel ବା youtube ରେ ପ୍ରକାଶିତ ହୋଇଥିବା ଏହି ଖବର ଯାହା ତଥ୍ୟ ଏବଂ ସତ୍ୟ ଠାରୁ ବହୁ ଦୂରରେ l ଏହା ପଛରେ କାହାର ମନ୍ଦ ଉଦେଶ୍ୟ ରହିନାହିଁ କି? ଯଦି ଅଛି ସେ ବ୍ୟକ୍ତି ବା ଅନୁଷ୍ଠାନ କିଏ ହୋଇଥାଇ ପାରେ? ଏହି ବିଫଳ ପ୍ରୟାସ ଦ୍ୱାରା ଅପରାଜିତା ମାଡାମଙ୍କୁ ଆହୁରି ଲୋକପ୍ରିୟତା (popularity) ପ୍ରଦାନ କରିଥିବାରୁ news chennel ନୁହେଁ ବରଂ ସମସ୍ତ chennel ପଛରେ ରହି ଏହାକୁ ନିର୍ମାଣ କରାଇଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ l

ତେବେ ଆପଣ କଣ ଭାବୁଛନ୍ତି ଅପରାଜିତା ଙ୍କ ନାମରେ ଏଭଳି ମିଛ ଅପପ୍ରଚାର ପଛରେ ମାଷ୍ଟର ମାଇଣ୍ଡ କିଏ ? କାହା ଇସାରା ରେ ଏସବୁ ୟୁଟୁବ ଚାନେଲ ରେ ହେଉଛି ପ୍ରସାରଣ ?

Leave a Comment