ଗିରଫ ହେଲେ ଲୋକପ୍ରିୟ ଓଡିଆ ଧାରାବାହିକ ଅଭିନେତା ମିଲନ ଓରଫ ସାଇ

ଗିରଫ ହେଇଛନ୍ତି ଲୋକପ୍ରିୟ ଅଭିନେତା ସାଇ ଓରଫ ମିଲନ ମହାରଣା I ଓଡ଼ିଆ ଧାରାବାହିକ କୁଆଁରୀ ବୋହୁ ଜରିଆରେ ସେ ବେଶ ଲୋକପ୍ରିୟ ହେଇପାରିଥିଲେ I ତେବେ ଆଜି ତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିବା ପରେ ସେ ଗିରଫ ହେଇଛନ୍ତି I ମିଳିଥିବା ସୂଚନା ଅନୁଯାୟୀ
ମିଲନ ଜଣେ ଯୁବତୀ ଙ୍କୁ ବହୁଦିନ ଧରି ଭଲ ପାଉଥିଲେ କିନ୍ତୁ କିଛିଦିନ ଧରି ଯୁବତୀ ଙ୍କ ଠାରୁ ଦୂରତା ରଖୁଥିଲେ ଏବଂ ତାଙ୍କ ଫୋନ ଉଠାଉ ନଥିଲେ I

ଏନେଇ ଯୁବତୀ ଜଣଙ୍କ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିନେତା ମିଲନ ଙ୍କୁ ପୋଲିସ ଗିରଫ କରିଛି I ଏନେଇ ଯୁବତୀ ଜଣଙ୍କ କହିଛନ୍ତି କି ତାଙ୍କ ଠାରୁ ଅଭିନେତା ମିଲନ ଗାଡି ପାଇଁ 2ଲକ୍ଷ ଏବଂ ବୁଲେଟ ପାଇଁ ଦେଢ଼ ଲକ୍ଷ ନେଇଥିଲେ ,ଏକାଠି ଉଭୟ ରହୁଥିଲେ କିନ୍ତୁ ଏବେ ମିଲନ ତାଙ୍କୁ ଠକି ଦେଇଛନ୍ତି I

Leave a Comment