ବିଧାୟକ ସୁର ରାଉତରାୟଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କଲା କଂଗ୍ରେସ , ନିଆଯିବ କି କାର୍ଯ୍ୟାନୁଷ୍ଠାନ !

ସବୁବେଳେ ନିଜର କଥା କୁ ନେଇ ଚର୍ଚା ରେ ଥିବା ବିଧାୟକ ସୁର ରାଉତରାୟ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି କଙ୍ଗ୍ରେସ I ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକ ଏନେଇ ସୁର ଙ୍କୁ ନୋଟିସ କରିଛନ୍ତି I ସୂଚନା ଥାଉ କି କିଛିଦିନ ତଳେ ଗଣମାଧ୍ୟମ ରେ ସୁର କହିଥିଲେ କି କଂଗ୍ରେସ ର ସଭାପତି କିଏ ହେବେ ତାହା ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି ଯାହାକୁ ନେଇ କଂଗ୍ରେସ ରେ ଚର୍ଚା ଚାଲିଥିଲା ଆଜି ଏନେଇ ନିରଞ୍ଜନ ନୋଟିସ ଜାରି କରିଛନ୍ତି I

କାହିଁକି ଏଭଳି ସୁର ବୟାନ ବାଜି କଲେ ତାହାକୁ ନେଇ ନିରଞ୍ଜନ ପ୍ରଶ୍ନ ଉଠାଇଛନ୍ତି I ସୁର ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତା ହେଇ ମଧ୍ୟ ଖୁଲମଖୁଲା ଏଭଳି ବୟାନ ବାଜି କରିବା କଂଗ୍ରେସ ଦଳ କୁ କ୍ଷତି ପହଞ୍ଚାଇ ଛି ଯେଉଁଥିପାଇଁ ସେ ଲିଖିତ ଆକାର ରେ ଉତ୍ତର ଜଣାଇବାକୁ ଚିଠି କରିଛନ୍ତି ନିରଞ୍ଜନ I

Leave a Comment